News Room Odisha
BREAKING
Odia

ବୁମରାଙ୍କୁ ହଟାଇ ଟେଷ୍ଟ ର଼୍ୟାଙ୍କିଙ୍ଗ ଶୀର୍ଷରେ ଅଶ୍ୱିନ

ଦୁବାଇ: ଭାରତର ଷ୍ଟାର ଅଫ୍ ସ୍ପିନର ଆର୍ ଅଶ୍ୱିନ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି। ମଜାର ବିଷୟ ହେଉଛି ଅଶ୍ୱିନ ସାଥୀ ଖେଳାଳି ଯସପ୍ରୀତ ବୁମରାଙ୍କୁ ହଟାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତିି । ଧର୍ମଶାଳାରେ ନିଜ ୧୦୦ ତମ ଟେଷ୍ଟ ମ୍ୟାଚରେ ୯ ୱିକେଟ୍ ନେବା ପରେ ଅଶ୍ୱିନ୍ ଏକ ନମ୍ବର ଟେଷ୍ଟ ବୋଲର ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୪ଟି ଏବଂ [...]

Admin•March 13, 2024
Share Article:

ଦୁବାଇ: ଭାରତର ଷ୍ଟାର ଅଫ୍ ସ୍ପିନର ଆର୍ ଅଶ୍ୱିନ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି। ମଜାର ବିଷୟ ହେଉଛି ଅଶ୍ୱିନ ସାଥୀ ଖେଳାଳି ଯସପ୍ରୀତ ବୁମରାଙ୍କୁ ହଟାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତିି ।

ଧର୍ମଶାଳାରେ ନିଜ ୧୦୦ ତମ ଟେଷ୍ଟ ମ୍ୟାଚରେ ୯ ୱିକେଟ୍ ନେବା ପରେ ଅଶ୍ୱିନ୍ ଏକ ନମ୍ବର ଟେଷ୍ଟ ବୋଲର ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୪ଟି ଏବଂ ଦ୍ୱିତୀୟ ପାଳିରେ ୫ଟି ୱିକେଟ୍ ନେଇଥିଲେ। ଏହି ପ୍ରଦର୍ଶନ ବଳରେ ଅଶ୍ୱିନ ସାଥୀ ଖେଳାଳି ତଥା ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଫେରିଛନ୍ତି।

ଅଶ୍ୱିନ୍ ୧୦୦ ଟେଷ୍ଟ ମ୍ୟାଚ୍ ଖେଳିବାରେ ଭାରତର ୧୪ତମ କ୍ରିକେଟର ହୋଇଥିଲେ ।‌ ଆଇସିସି ମୁତାବକ, ଅଶ୍ୱିନ ଷଷ୍ଠ ଥର ପାଇଁ ଏକ ନମ୍ବର ଟେଷ୍ଟ ବୋଲର ହୋଇଛନ୍ତି। ସେ ୨୦୧୫ରେ ପ୍ରଥମ ଥର ପାଇଁ ଏହି ପଦ ହାସଲ କରିଥିଲେ |

#Odia#Odisha#News
Share Article:

Related Articles