News Room Odisha
BREAKING
Odia

ବାବର ଆଜମ ପୁଣି ହେଲେ ପାକ୍ ଦଳର ଅଧିନାୟକ

ଇସଲାମାବାଦ: ଆଗାମୀ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପୁଣି ବାବର ଆଜମଙ୍କୁ ହ୍ବାଇଟ ବଲ୍ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ବାବରଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ନେତୃତ୍ୱ ଦାୟିତ୍ଵ ଦିଆଯାଇଥିବା ବେଳେ ଟେଷ୍ଟ ଅଧିନାୟକତ୍ବ ଶାନ ମାସୁଦଙ୍କ ହାତରେ ରହିବ। ବାବର ପୁଣି ଅଧିନାୟକ ପଦକୁ ଫେରିବେ ବୋଲି ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା । ଶେଷରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏନେଇ ଆନୁଷ୍ଠାନିକ ଘୋଷଣା କରିଛି [...]

Admin•March 31, 2024
Share Article:

ଇସଲାମାବାଦ: ଆଗାମୀ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପୁଣି ବାବର ଆଜମଙ୍କୁ ହ୍ବାଇଟ ବଲ୍ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ବାବରଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ନେତୃତ୍ୱ ଦାୟିତ୍ଵ ଦିଆଯାଇଥିବା ବେଳେ ଟେଷ୍ଟ ଅଧିନାୟକତ୍ବ ଶାନ ମାସୁଦଙ୍କ ହାତରେ ରହିବ। ବାବର ପୁଣି ଅଧିନାୟକ ପଦକୁ ଫେରିବେ ବୋଲି ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା । ଶେଷରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏନେଇ ଆନୁଷ୍ଠାନିକ ଘୋଷଣା କରିଛି ।

ଗତ ବର୍ଷ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବାବର ଆଜମ ସବୁ ଫର୍ମାଟରୁ ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ଦିନିକିଆ ବିଶ୍ୱକପରେ ପାକିସ୍ତାନ ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଠାରୁ ଏହି ଫର୍ମାଟରେ ହାରିଥିଲା। ପାକିସ୍ତାନ ଲିଗ୍ ପର୍ଯ୍ୟାୟରୁ ହିଁ ବିଦା ହୋଇଥିଲା । ଏହାପରେ ଆଜମ ସମାଲୋଚିତ ହୋଇଥିଲେ । ତାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି ଉଠିଥିଲା।

ବାବର ୧୫ ନଭେମ୍ବର ୨୦୨୩ରେ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ପିସିବି ଯୁବ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦିଙ୍କୁ ଦଳର ଅଧିନାୟକ କରିଥିଲା । ଶାହିନ୍ ମାତ୍ର ପାଞ୍ଚ ଟି-୨୦ ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ। ଶାହିନଙ୍କ ନେତୃତ୍ୱରେ ପାକିସ୍ତାନ ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ୪-୧ରେ ହାରିଥିଲା।

#Odia#Odisha#News
Share Article:

Related Articles