News Room Odisha
BREAKING
Odia

କୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା, ବନ୍ଧୁ ହିଁ ଦେଇଥିଲେ ୫ କୋଟି ଟଙ୍କାର ସୁପାରି

କୋଲକାତା: ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ ହତ୍ୟା ପାଇଁ ତାଙ୍କର ଜଣେ ବନ୍ଧୁ ହିଁ ୫ କୋଟିର ସୁପାରି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଗୁରୁବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମେ ୧୩ରୁ ନିଖୋଜ ଥିବା ଅନାରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବୁଧବାର କୋଲକାତାର ଏକ ଫ୍ଲାଟ୍ ରୁ ମିଳିଥିଲା। ଅନାରଙ୍କୁ ହତ୍ୟା କରାଯାଇଛି ବୋଲି ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ ଅଭିଯୋଗ କରିଛନ୍ତିି । ଏହି ମାମଲାରେ ଏଯାବତ୍ [...]

Admin•May 23, 2024
Share Article:

କୋଲକାତା: ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ ହତ୍ୟା ପାଇଁ ତାଙ୍କର ଜଣେ ବନ୍ଧୁ ହିଁ ୫ କୋଟିର ସୁପାରି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଗୁରୁବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମେ ୧୩ରୁ ନିଖୋଜ ଥିବା ଅନାରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବୁଧବାର କୋଲକାତାର ଏକ ଫ୍ଲାଟ୍ ରୁ ମିଳିଥିଲା।

ଅନାରଙ୍କୁ ହତ୍ୟା କରାଯାଇଛି ବୋଲି ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ ଅଭିଯୋଗ କରିଛନ୍ତିି । ଏହି ମାମଲାରେ ଏଯାବତ୍ ତିନି ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟ ସିଆଇଡି ଏହି ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ପୋଲିସ କହିଛି ।

ଜଣେ ଅଧିକାରୀ କହିଛନ୍ତି, ଏହା ଏକ ଯୋଜନାବଦ୍ଧ ହତ୍ୟା। ସାଂସଦଙ୍କ ଜଣେ ପୁରୁଣା ବନ୍ଧୁ ହିଁ ତାଙ୍କୁ ହତ୍ୟା କରିବା ପାଇଁ ସୁପାରି କିଲରଙ୍କୁ ବିପୁଳ ଅର୍ଥ (ପ୍ରାୟ ୫ କୋଟି ଟଙ୍କା) ଦେଇଥିଲେ। ବାଂଲାଦେଶର ଶାସକ ଦଳ ‘ଆୱାମୀ ଲିଗ୍’ର ସାଂସଦ ଅନୱାରୁଲ ଅଜିମ ଅନାରଙ୍କ ବନ୍ଧୁ ଜଣେ ଆମେରିକୀୟ ନାଗରିକ । ତାଙ୍କର କୋଲକାତାରେ ଏକ ଫ୍ଲାଟ୍ ଅଛି।

ବାଂଲାଦେଶ ସାଂସଦ ଅନାର ଚିକିତ୍ସା ପାଇଁ ମେ ୧୨ରେ କୋଲକାତାରେ ପହଞ୍ଚିଥିଲେ । ତେବେ ୬ ଦିନ ପରେ ଉତ୍ତର କୋଲକାତାର ବାରାନଗରର ବାସିନ୍ଦା ତଥା ଅନାରଙ୍କ ପରିଚିତ ଗୋପାଳ ବିଶ୍ୱାସ ବାଂଲାଦେଶ ସାଂସଦ ନିଖୋଜ ଥିବା ନେଇ ମେ ୧୮ରେ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା।

କୋଲକାତା ଆସିବା ପରେ ଅନାର ବିଶ୍ବାସଙ୍କ ଘରେ ରହୁଥିଲେ। ତାଙ୍କ ଅଭିଯୋଗରେ ବିଶ୍ବାସ କହିଥିଲେ ଯେ ଅନାର ମେ ୧୩ ତାରିଖ ଅପରାହ୍ନରେ ଡାକ୍ତରଙ୍କୁ ଭେଟିବାକୁ ଯିବା କହି ତାଙ୍କ ବାରାନଗର ଘରୁ ବାହାରିଥିଲେ । ସେ ରାତ୍ରୀ ଭୋଜନ ପାଇଁ ଫେରିବେ ବୋଲି ବିଶ୍ବାସଙ୍କୁ କହିଥିଲେ।

ବାଂଲାଦେଶ ସାଂସଦଙ୍କ ସହ ମେ ୧୭ ତାରିଖରୁ କୌଣସି ଯୋଗାଯୋଗ ହୋଇନଥିଲା ବୋଲି ବିଶ୍ଵାସ ଦାବି କରିଛନ୍ତି। ଏହି କାରଣରୁ ତା’ ପରଦିନ ସେ ପୋଲିସରେ ଅନାର ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ ।

#Odia#Odisha#News
Share Article:

Related Articles