କେନ୍ଦ୍ରମନ୍ତ୍ରୀଙ୍କ କାର୍ରେ ପିଟି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
ବେଙ୍ଗାଲୁରୁ: ବେଙ୍ଗାଲୁରୁର କେ.ଆର.ପୁରମରେ କେନ୍ଦ୍ର କୃଷି ମନ୍ତ୍ରୀ ଶୋଭା କରାନ୍ଦଲାଜେଙ୍କ କାର୍ରେ ପିଟି ହୋଇ ଜଣେ ୬୦ ବର୍ଷୀୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନାନୁସାରେ ଏହି ଘଟଣା ଅଞ୍ଚଳର ଗଣେଶ ମନ୍ଦିର ନିକଟରେ ଘଟିଛି। ମୃତକଙ୍କ ନାଁ ପ୍ରକାଶ । ସେ ଜଣେ ବିଜେପି କର୍ମୀ ଥିଲେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ମନ୍ତ୍ରୀ କାର୍ ଭିତରେ ଥିଲେ । ସେ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ। ଗୋଟିଏ ସ୍ଥାନରେ ମନ୍ତ୍ରୀଙ୍କ କାର୍ ଅଟକି [...]
ବେଙ୍ଗାଲୁରୁ: ବେଙ୍ଗାଲୁରୁର କେ.ଆର.ପୁରମରେ କେନ୍ଦ୍ର କୃଷି ମନ୍ତ୍ରୀ ଶୋଭା କରାନ୍ଦଲାଜେଙ୍କ କାର୍ରେ ପିଟି ହୋଇ ଜଣେ ୬୦ ବର୍ଷୀୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନାନୁସାରେ ଏହି ଘଟଣା ଅଞ୍ଚଳର ଗଣେଶ ମନ୍ଦିର ନିକଟରେ ଘଟିଛି। ମୃତକଙ୍କ ନାଁ ପ୍ରକାଶ । ସେ ଜଣେ ବିଜେପି କର୍ମୀ ଥିଲେ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ମନ୍ତ୍ରୀ କାର୍ ଭିତରେ ଥିଲେ । ସେ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ। ଗୋଟିଏ ସ୍ଥାନରେ ମନ୍ତ୍ରୀଙ୍କ କାର୍ ଅଟକି ଥିଲା । ଏହି ସମୟରେ କାର୍ରେ ଥିବା ଜଣେ କେହି କବାଟ ଖୋଲିଥିଲେ । ପଛରୁ ଆସୁଥିବା ପ୍ରକାଶ ମନ୍ତ୍ରୀଙ୍କ କାର୍ କବାଟରେ ପିଟି ହୋଇ ତଳେ ପଡ଼ି ଯାଇଥିଲେ । ଏତିକିବେଳେ ପଛ ପଟରୁ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କାର୍ କବାଟ କେନ୍ଦ୍ର ମନ୍ତ୍ରୀ ଶୋଭା କରାନ୍ଦଲାଜେ ଖୋଲିଥିଲେ ନା ଆଉ କେହି ତାହା ଜଣାପଡ଼ି ନାହିଁ। ଏହି ଘଟଣା ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
Odisha BJP Using Children in Election Campaign, Alleges BJD
Next ArticleNaveen Appoints Dilleswar Reddy as Working President of Ganjam District Unit of BJD
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
