News Room Odisha
BREAKING
Odia

ବିଜେଡି ତରଫରୁ ରାଜ୍ୟବ୍ୟାପୀ ଓଡିଶା ଦିବସ ପାଳିତ ହେବ

ଭୁବନେଶ୍ବର: ଏପ୍ରିଲ ୧ ତାତିଖ ଦିନ ୮୯ ତମ ଓଡିଶା ଦିବସ ପାଳିତ ହେବାକୁ ଯାଉଥିବା ବେଳେ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ଏହି ଦିବସଟିକୁ ପାଳିବ ବୋଲି ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ଦଳର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦେବୀ ମିଶ୍ର କହିଥିଲେ, ଓଡ଼ିଶାର ଅନେକ ବରପୁତ୍ରମାନଙ୍କ ସଂଘର୍ଷ, ତ୍ୟାଗ ବଳିଦାନ ଫଳରେ [...]

Admin•March 30, 2025
Share Article:
ବିଜେଡି ତରଫରୁ ରାଜ୍ୟବ୍ୟାପୀ ଓଡିଶା ଦିବସ ପାଳିତ ହେବ

ଭୁବନେଶ୍ବର: ଏପ୍ରିଲ ୧ ତାତିଖ ଦିନ ୮୯ ତମ ଓଡିଶା ଦିବସ ପାଳିତ ହେବାକୁ ଯାଉଥିବା ବେଳେ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ଏହି ଦିବସଟିକୁ ପାଳିବ ବୋଲି ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ଦଳର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଦେବୀ ମିଶ୍ର କହିଥିଲେ, ଓଡ଼ିଶାର ଅନେକ ବରପୁତ୍ରମାନଙ୍କ ସଂଘର୍ଷ, ତ୍ୟାଗ ବଳିଦାନ ଫଳରେ ୧ ୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । କଳା, ଭାସ୍କର୍ଯ୍ୟ ଓ ଏତିହ୍ୟ ପାଇଁ ଓଡ଼ିଶାର ପ୍ରସିଦ୍ଧି ରହିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଚିର ସ୍କରଣୀୟ ହୋଇ ରହିବା ସହିତ ଓଡିଶା ଦିବସ ଭାବେ ପାଳିତ ହୋଇଆସୁଛି ।

ଅତନୁ ସବ୍ୟସାଚୀ ନାୟକ କହିଥୁଲେ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା କାର୍ଯ୍ୟାଳୟରେ ବିଜୁ ଜନତା ଦଳ ତରଫରୁ ଓଡିଶା ଦିବସ ପାଳନ କରିବା ପାଇଁ ହୋଇଥିବା ନିଷ୍ପତ୍ତି ଦଳ ତରଫରୁ ସମନ୍ଵୟ କମିଟି ଅଧ୍ଯକ୍ଷ ଦେବୀ ପ୍ରସାଦ ମିଶ୍ର ଓ କାର୍ଯ୍ୟକ୍ରମ ରୂପାୟନ କମିଟି ଆବାହକ ସଞ୍ଜୟ ଦାସବର୍ମା ସୂଚିତ କରିଛନ୍ତି । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ କରାଯିବ । ତାଛଡା, ନିଜ ଅଞ୍ଚଳରେ ଥବା ବରପୁତ୍ର ମାନଙ୍କ ପ୍ରତିମୂର୍ଭିରେ ମଧ୍ୟ ଦଳ ତରଫରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯିବ ।

ବିଜୁ ଜନତା ଦଳର ଭୁବନେଶ୍ଵର ଜିଲ୍ଲା ବିଜେଡି ଆନୁକୂଲ୍ୟରେ ଶଙ୍ଖ ଭବନରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମ ପାଳନ କରାଯିବ । ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

#Odia#Odisha#News
Share Article:

Related Articles