News Room Odisha
BREAKING
Odia

ନିର୍ବାଚନର ଦିନକ ପରେ ମୋରାଦାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ

ମୋରାଦାବାଦ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନର ବିଜେପି ପ୍ରାର୍ଥୀ କନୱର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି। ଶୁକ୍ରବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋରାଦାବାଦ ଆସନରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ଆସନରୁ ୭୨ ବର୍ଷୀୟ କନୱର ବିଜେପି ପ୍ରାର୍ଥୀ ଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କନଓ୍ବର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କନଓ୍ବରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ୟୁପି [...]

Admin•April 20, 2024
Share Article:

ମୋରାଦାବାଦ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନର ବିଜେପି ପ୍ରାର୍ଥୀ କନୱର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି। ଶୁକ୍ରବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋରାଦାବାଦ ଆସନରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ଆସନରୁ ୭୨ ବର୍ଷୀୟ କନୱର ବିଜେପି ପ୍ରାର୍ଥୀ ଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କନଓ୍ବର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

କନଓ୍ବରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ୟୁପି ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀ କହିଛନ୍ତିି, ତାଙ୍କ ଗଳାରେ କିଛି ସମସ୍ୟା ଥିଲା। ଏଥିପାଇଁ ତାଙ୍କର ଅପରେସନ ହୋଇଥିଲା। ଗତକାଲି ସେ‌ ଚେକ୍ ଅପ୍ ପାଇଁ ଦିଲ୍ଲୀ ଏମ୍ସ ଯାଇଥିଲେ।

କନଓ୍ବରଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ‌।

କନୱର ସର୍ବେଶ ସିଂହ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ମୋରାଦାବାଦରୁ ଲୋକସଭା ସାଂସଦ ଥିଲେ। ତେବେ ସେ ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପ୍ରାର୍ଥୀ ଏସଟି ହାସନ (ବିଏସପି, ଏସପି ଏବଂ ଆରଏଲଡିର ମିଳିତ ପ୍ରାର୍ଥୀ)ଙ୍କ ଠାରୁ ହାରିଯାଇଥିଲେ।

କନୱର ୧୯୯୧ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ମୋରାଦାବାଦର ଠାକୁରଦ୍ବାରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଞ୍ଚ ଥର ବିଜେପି ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। କନଓ୍ବରଙ୍କ ପତ୍ନୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

#Odia#Odisha#News
Share Article:

Related Articles