News Room Odisha
BREAKING
Odia

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରିବାରୁ ସାଂସଦ ଜୟନ୍ତ ସିହ୍ନାଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ୍

ରାଞ୍ଚି: ଝାଡ଼ଖଣ୍ଡର ହଜାରିବାଗ ଲୋକସଭା ଆସନ ପାଇଁ ମେ ୨୦ରେ ଅନୁଷ୍ଠିତ ମତଦାନ ବେଳେ ଭୋଟ୍ ନ ଦେବା ଏବଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରିବାରୁ ବିଜେପି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୟନ୍ତ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସିହ୍ନାଙ୍କୁ ୨ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କହିଛି ଦଳ। ଜୟନ୍ତ ସିହ୍ନା ସମ୍ପ୍ରତି ହଜାରିବାଗ ସାଂସଦ ଅଛନ୍ତି। ସେ ମୋଦି ସରକାରରେ ମନ୍ତ୍ରୀ ବି ରହିଥିଲେ। କିନ୍ତୁ [...]

Admin•May 21, 2024
Share Article:

ରାଞ୍ଚି: ଝାଡ଼ଖଣ୍ଡର ହଜାରିବାଗ ଲୋକସଭା ଆସନ ପାଇଁ ମେ ୨୦ରେ ଅନୁଷ୍ଠିତ ମତଦାନ ବେଳେ ଭୋଟ୍ ନ ଦେବା ଏବଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରିବାରୁ ବିଜେପି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୟନ୍ତ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସିହ୍ନାଙ୍କୁ ୨ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କହିଛି ଦଳ।

ଜୟନ୍ତ ସିହ୍ନା ସମ୍ପ୍ରତି ହଜାରିବାଗ ସାଂସଦ ଅଛନ୍ତି। ସେ ମୋଦି ସରକାରରେ ମନ୍ତ୍ରୀ ବି ରହିଥିଲେ। କିନ୍ତୁ ଏଥର ବିଜେପି ଏହି ଆସନରୁ ମନୀଷ ଜୟସ୍ବାଲଙ୍କୁ ପ୍ରାର୍ଥୀ କରିଥିଲା। ଦଳ ତରଫରୁ ଏନେଇ ଔପଚାରିକ ଘୋଷଣା ପୂର୍ବରୁ ତାଙ୍କୁ ରାଜନୈତିକ ଦାୟିତ୍ଵରୁ ମୁକ୍ତ କରିବାକୁ ଜୟନ୍ତ ସିହ୍ନା ଦଳକୁ ଅନୁରୋଧ କରିଥିଲେ।

ମେ ୨୦ରେ ହଜାରିବାଗ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ହେଲେ ଜୟନ୍ତ ସିହ୍ନା ଭୋଟ୍ ଦେଇନଥିଲେ। ତେବେ ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା ତାଙ୍କ ପତ୍ନୀଙ୍କ ସହ ଭୋଟ୍ ଦେବାକୁ ଆସିଥିଲେ। ଯଶବନ୍ତ ସିହ୍ନା ଏବେ ତୃଣମୂଳ କଂଗ୍ରେସ ସଦସ୍ୟ।

ବିଜେପିର କାରଣ ଦର୍ଶାଅ ନୋଟିସ୍ ସମ୍ପର୍କରେ ଜୟନ୍ତ ସିହ୍ନା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ନିକଟରେ ତାଙ୍କ ପୁଅ ଆଶୀର ସିହ୍ନା କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କ ବାପା ଯଶବନ୍ତ ସିହ୍ନା ମଧ୍ୟ ‘ଇଣ୍ଡିଆ’ ମେଣ୍ଟର ପ୍ରାର୍ଥୀଙ୍କ ସମର୍ଥନ ପ୍ରଚାର କରିଥିଲେ।

ଜୟନ୍ତ ସିହ୍ନାଙ୍କ ବ୍ୟତୀତ ଧାନବାଦ ବିଧାୟକ ରାଜ ସିହ୍ନାଙ୍କୁ ମଧ୍ୟ ବିଜେପି କାରଣ ଦର୍ଶାଅ ନୋଟିସ ଜାରି କରିଛି ।

#Odia#Odisha#News
Share Article:

Related Articles