News Room Odisha
BREAKING
Odia

ସନ୍ଦେଶଖାଲି ଆନ୍ଦୋଳନର ଚେହେରା ସିରିୟା ପରବୀନ୍ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ମିଶିଲେ

କୋଲକାତା: ବିଜେପି ନେତ୍ରୀ ତଥା ସନ୍ଦେଶଖାଲି ଆନ୍ଦୋଳନର ଜଣାଶୁଣା ଚେହେରା ସିରିୟା ପରବୀନ୍ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ବିଜେପି ପ୍ରତି ତାଙ୍କର ମୋହଭଙ୍ଗ ହୋଇଯାଇଛି କାରଣ ଗୈରିକ ଦଳରେ ସେ ଅଣନିଃଶ୍ବାସୀ ଅନୁଭବ କରୁଥିଲେ। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପିର ବସିରହାଟ ମଣ୍ଡଳର ସଚିବ ଭାବେ କାର୍ଯ୍ୟ କରିଥିବା ପରବୀନଙ୍କ ତୂଣମୂଳ କଂଗ୍ରେସରେ ସାମିଲ ନେଇ ଦଳ ପକ୍ଷରୁ ଏକ ସାଧାରଣ ସଭାରେ ଘୋଷଣା କରାଯାଇଥିଲା। ଏହି ସଭାରେ ରାଜ୍ୟ [...]

Admin•May 24, 2024
Share Article:

କୋଲକାତା: ବିଜେପି ନେତ୍ରୀ ତଥା ସନ୍ଦେଶଖାଲି ଆନ୍ଦୋଳନର ଜଣାଶୁଣା ଚେହେରା ସିରିୟା ପରବୀନ୍ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ବିଜେପି ପ୍ରତି ତାଙ୍କର ମୋହଭଙ୍ଗ ହୋଇଯାଇଛି କାରଣ ଗୈରିକ ଦଳରେ ସେ ଅଣନିଃଶ୍ବାସୀ ଅନୁଭବ କରୁଥିଲେ।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପିର ବସିରହାଟ ମଣ୍ଡଳର ସଚିବ ଭାବେ କାର୍ଯ୍ୟ କରିଥିବା ପରବୀନଙ୍କ ତୂଣମୂଳ କଂଗ୍ରେସରେ ସାମିଲ ନେଇ ଦଳ ପକ୍ଷରୁ ଏକ ସାଧାରଣ ସଭାରେ ଘୋଷଣା କରାଯାଇଥିଲା। ଏହି ସଭାରେ ରାଜ୍ୟ ମନ୍ତ୍ରୀ ଶଶି ପାଞ୍ଜା ଓ ତୃଣମୂଳ କଂଗ୍ରେସ ରାଜ୍ୟସଭା ସଦସ୍ୟ ମମତା ବାଲା ଠାକୁର ଉପସ୍ଥିତ ଥିଲେ।

ଟିଏମସିରେ ଯୋଗ ଦେବା ପରେ ପରବୀନ୍ ସାମ୍ବାଦିକ ମାନଙ୍କୁ କହିଛନ୍ତିି, ସନ୍ଦେଶଖାଲି ସମ୍ପର୍କରେ ବିଜେପି ମିଥ୍ୟା ଅପପ୍ରଚାର ପ୍ରଚାର କରୁଛି । ବିଜେପି ପ୍ରକୃତ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିଜ ସ୍ବାର୍ଥ ପାଇଁ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବା ଉପରେ ଅଧିକ ଧ୍ୟାନ ଦେଉଛି ବୋଲି ପରବୀନ ଅଭିଯୋଗ କରିଛନ୍ତି।

ସିରିୟା ପରବୀନଙ୍କ ଅଭିଯୋଗ ନେଇ ବିଜେପି ମୁଖପାତ୍ର ସୌମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘”ସମସ୍ତେ ଜାଣନ୍ତି ଯେ, ସନ୍ଦେଶଖାଲିରେ ମହିଳାମାନେ ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତାଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ। ପରବୀନଙ୍କ ନିଷ୍ପତ୍ତି (ଦଳ ଛାଡ଼ିବା) ଦ୍ବାରା ବାସ୍ତବତା ବଦଳିବ ନାହିଁ।

#Odia#Odisha#News
Share Article:

Related Articles