News Room Odisha
BREAKING
Odia

ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ କଂଗ୍ରେସରେ ସାମିଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାର ହିସାରରୁ ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ ‘ଅନିବାର୍ଯ୍ୟ ରାଜନୈତିକ କାରଣ’ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି । ବ୍ରିଜେନ୍ଦ୍ର ସିଂହ ହେଉଛନ୍ତି ବିଜେପି ନେତା ବୀରେନ୍ଦ୍ର ସିଂହଙ୍କ ପୁଅ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ତାଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ । ଏହା ପରେ ସେ ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପହଞ୍ଚି ବିରୋଧୀ ଦଳରେ ଯୋଗ [...]

Admin•March 10, 2024
Share Article:

ଚଣ୍ଡିଗଡ଼/ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାର ହିସାରରୁ ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ ‘ଅନିବାର୍ଯ୍ୟ ରାଜନୈତିକ କାରଣ’ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି ।

ବ୍ରିଜେନ୍ଦ୍ର ସିଂହ ହେଉଛନ୍ତି ବିଜେପି ନେତା ବୀରେନ୍ଦ୍ର ସିଂହଙ୍କ ପୁଅ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ତାଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ । ଏହା ପରେ ସେ ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପହଞ୍ଚି ବିରୋଧୀ ଦଳରେ ଯୋଗ ଦେଇଥିଲେ।

ବ୍ରିଜେନ୍ଦ୍ର ସିଂହ କଂଗ୍ରେସରେ ଯୋଗ ଦେବାବେଳେ ଖଡ଼ଗେଙ୍କ ବାସଭବନରେ ଦଳର ବରିଷ୍ଠ ନେତା ଅଜୟ ମାକେନ୍, ମୁକୁଲ ୱାସନିକ୍ ଏବଂ ଦୀପକ ବାବରିଆ ମଧ୍ୟ ଉପସ୍ଥିତ ଥିଲେ।

ବ୍ରିଜେନ୍ଦ୍ର ସିଂହ ଏକ ପୋଷ୍ଟରେ କହିଛନ୍ତି, “ରାଜନୈତିକ କାରଣରୁ ମୁଁ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି। ମୋତେ ହିସାରରୁ ସାଂସଦ ଭାବେ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଉଛି।”

କଂଗ୍ରେସ ସୂତ୍ରରୁ ଜଣାପଡିଛି ଯେ ଅମଲାତନ୍ତ୍ରୀରୁ ରାଜନେତା ପାଲଟିଥିବା ବ୍ରିଜେନ୍ଦ୍ର ସିଂହ ହିସାରରୁ ଦଳର ପ୍ରାର୍ଥୀ ହେବା ସମ୍ଭାବନା ରହିଛି ।

୨୦୧୯ ଲୋକସଭା ନିର୍ବାଚନରେ ସେ ହିସାର ଆସନରୁ ବିଜେପି ଟିକେଟରେ ଜିତିଥିଲେ। ବ୍ରିଜେନ୍ଦ୍ର ସିଂ ହେଉଛନ୍ତି ଭେଟେରାନ ଜାଟ ନେତା ସର ଛୋଟୁ ରାମଙ୍କ ନାତି।

ଗତ ବର୍ଷ ଅକ୍ଟୋବରରେ ବୀରେନ୍ଦ୍ର ସିଂହ ଏକ ପ୍ରକାର ଚେତାବନୀ ଦେଇ ବିଜେପିକୁ କହିଥିଲେ ଯେ ଯଦି ଦଳ ଜେଜେପି(ଜନନାୟକ ଜନତା ପାର୍ଟି) ସହ ମେଣ୍ଟ ଜାରି ରଖେ ତେବେ ସେ ଇସ୍ତଫା ଦେବେ। ସେ ଅଭିଯୋଗ କରିଛନ୍ତି ଯେ ହରିୟାଣାରେ ଜେଜେପି ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତ।

#Odia#Odisha#News
Share Article:

Related Articles