News Room Odisha
BREAKING
Odia

ବିଜେପିର ଦ୍ବିତୀୟ ତାଲିକାରେ ୭୨ ପ୍ରାର୍ଥୀଙ୍କ ନାମ; କର୍ଣ୍ଣାଲରୁ ଖଟ୍ଟର, ନାଗପୁରରୁ ଗଡକରୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୧୦ ରାଜ୍ୟର ୭୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଏଥିରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ପୀୟୁଷ ଗୋୟଲ ଏବଂ ହରିୟାଣା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ବାସବରାଜ ବୋମ୍ମାଇଙ୍କ ସମେତ ଅନେକ ବଡ଼ ନେତାଙ୍କ ନାମ ରହିଛି। ଗଡକରୀ ପୁଣି [...]

Admin•March 13, 2024
Share Article:

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୧୦ ରାଜ୍ୟର ୭୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଏଥିରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ପୀୟୁଷ ଗୋୟଲ ଏବଂ ହରିୟାଣା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ବାସବରାଜ ବୋମ୍ମାଇଙ୍କ ସମେତ ଅନେକ ବଡ଼ ନେତାଙ୍କ ନାମ ରହିଛି।

ଗଡକରୀ ପୁଣି ଥରେ ନାଗପୁରରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ଗୋୟଲ ମୁମ୍ବାଇ (ଉତ୍ତର) ରୁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଲଢ଼ିବେ। ହରିୟାଣା ବିଧାନସଭା ସଦସ୍ୟତାରୁ ଆଜି ଇସ୍ତଫା ଦେଇଥିବା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରାଜ୍ୟର କର୍ଣ୍ଣାଲରୁ ଲୋକସଭା ନିର୍ବାଚନ ଲଢ଼ିବେ । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କୁ ରାଜ୍ୟର ହାଭେରୀ ଆସନରୁ ପ୍ରାର୍ଥୀ କରିଛି ଦଳ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ପୁଣି ଥରେ ହମିରପୁର ଆସନରୁ ଲଢ଼ିବେ। କର୍ଣ୍ଣାଟକର ଧରୱାଡରୁu ପ୍ରହ୍ଲାଦ ଯୋଶୀ, ମହାରାଷ୍ଟ୍ରର ବିଦରରୁ ଭଗବନ୍ତ ଖୁବା ଏବଂ ଦିନ୍ଦୋରୀରୁ ଭାରତ ପ୍ରବୀଣ ପାୱାର ପ୍ରତିଦ୍ବନ୍ଦ୍ବିତା କରିବେ। ବିଜେପି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ଜ୍ୱାଇଁ ସିଏ ମଞ୍ଜୁନାଥଙ୍କୁ ବେଙ୍ଗାଲୁରୁ ଗ୍ରାମୀଣ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଏଠାରେ ତାଙ୍କର ମୁକାବିଲା କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଭାଇ ଡିକେ ସୁରେଶଙ୍କ ସହ ହେବ ।

ବିଜେପି ପୂର୍ବ ଦିଲ୍ଲୀରୁ ଗୌତମ ଗମ୍ଭୀରଙ୍କ ସ୍ଥାନରେ ହର୍ଷ ମଲହୋତ୍ରା ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀର ହଂସରାଜ ହଂସଙ୍କ ସ୍ଥାନରେ ଯୋଗେନ୍ଦ୍ର ଚନ୍ଦୌଲିଆଙ୍କୁ ଟିକେଟ୍ ଦେଇଛି। ଏହା ପୂର୍ବରୁ ଦଳ ଦିଲ୍ଲୀର ପାଞ୍ଚଟି ସିଟ୍ ମଧ୍ୟରୁ ୪ଟିରେ ବର୍ତ୍ତମାନର ସାଂସଦଙ୍କ ଟିକେଟ୍ କାଟିଥିଲା । କେବଳ ମନୋଜ ତିୱାରୀଙ୍କୁ ଉତ୍ତର ପୂର୍ବ ଦିଲ୍ଲୀରୁ ପୁଣି ପ୍ରାର୍ଥୀ କରିଥିଲା ଦଳ । ବିଜେପି ମାର୍ଚ୍ଚ ୨ରେ ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା।

#Odia#Odisha#News
Share Article:

Related Articles