News Room Odisha
BREAKING
Odia

ବିଜେପି ଜାରି କଲା ସପ୍ତମ ପ୍ରାର୍ଥୀ ତାଲିକା, ଅମରାବତୀରୁ ନବନୀତ୍ ରାଣାଙ୍କୁ ଟିକେଟ୍,‌ ଏଯାବତ୍ ୪୦୭ ପ୍ରାର୍ଥୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ବୁଧବାର ସପ୍ତମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଦୁଇ ରାଜ୍ୟରୁ ଦୁଇଜଣ ପ୍ରାର୍ଥୀଙ୍କ ନାମ ରହିଛି। ମହାରାଷ୍ଟ୍ରର ଅମରାବତୀରୁ ନବନୀତ୍ ରାଣାଙ୍କୁ ଟିକେଟ ଦିଆଯାଇଛି। ଅନ୍ୟ ଜଣେ ପ୍ରାର୍ଥୀ ହେଉଛନ୍ତି ଗୋବିନ୍ଦ କରଜୋଲ, ଯିଏ କର୍ଣ୍ଣାଟକର ଚିତ୍ରଦୁର୍ଗରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅମରାବତୀ ସାଂସଦ ନବନୀତ୍ କୌର ରାଣା ଜଣେ ଅଭିନେତ୍ରୀ। ସେ ତେଲୁଗୁ ଓ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ୨୦୧୯ରେ ସେ ମହାରାଷ୍ଟ୍ରର ଅମରାବତୀରୁ [...]

Admin•March 27, 2024
Share Article:

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ବୁଧବାର ସପ୍ତମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଦୁଇ ରାଜ୍ୟରୁ ଦୁଇଜଣ ପ୍ରାର୍ଥୀଙ୍କ ନାମ ରହିଛି। ମହାରାଷ୍ଟ୍ରର ଅମରାବତୀରୁ ନବନୀତ୍ ରାଣାଙ୍କୁ ଟିକେଟ ଦିଆଯାଇଛି। ଅନ୍ୟ ଜଣେ ପ୍ରାର୍ଥୀ ହେଉଛନ୍ତି ଗୋବିନ୍ଦ କରଜୋଲ, ଯିଏ କର୍ଣ୍ଣାଟକର ଚିତ୍ରଦୁର୍ଗରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଅମରାବତୀ ସାଂସଦ ନବନୀତ୍ କୌର ରାଣା ଜଣେ ଅଭିନେତ୍ରୀ। ସେ ତେଲୁଗୁ ଓ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ୨୦୧୯ରେ ସେ ମହାରାଷ୍ଟ୍ରର ଅମରାବତୀରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ୨୦୧୪ରେ ନବନୀତ ଏନସିପି ଟିକେଟ୍ ରେ ଲୋକସଭା ନିର୍ବାଚନରେ ଲଢ଼ିଥିଲେ ମଧ୍ୟ ହାରିଯାଇଥିଲେ। ଏହା ପରେ ସେ ସ୍ୱାଧୀନ ଭାବରେ ଏହି ଆସନରୁ ଠିଆ ହୋଇ ବିଜୟୀ ହୋଇଥିଲେ |

ଲୋକସଭା ନିର୍ବାଚନ ପାଇଁ ବିଜେପି ଏପର୍ଯ୍ୟନ୍ତ ୭ ତାଲିକାରେ ୪୦୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।

#Odia#Odisha#News
Share Article:

Related Articles