News Room Odisha
BREAKING
Odia

ଶେଷରେ ଶାହାଜାହାନ ଶେଖଙ୍କୁ ସିବିଆଇକୁ ହସ୍ତାନ୍ତର କଲା ପଶ୍ଚିମବଙ୍ଗ ପୋଲିସ

କୋଲକାତା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସନ୍ଦେଶଖାଲିରେ ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଅଭିଯୁକ୍ତ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ଶେଷରେ ସିବିଆଇକୁ ହସ୍ତାନ୍ତର କରିଛି ପଶ୍ଚିମବଙ୍ଗ ପୋଲିସ । ଶାହାଜାହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ପୋଲିସକୁ ପୁଣିଥରେ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ଶାହାଜାହାନଙ୍କୁ ନିଜ ହାଜତକୁ ନେବା ପାଇଁ ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲା । ଆବଶ୍ୟକ ପ୍ରକ୍ରିୟା ପୂରଣ ପରେ [...]

Admin•March 6, 2024
Share Article:

କୋଲକାତା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସନ୍ଦେଶଖାଲିରେ ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଅଭିଯୁକ୍ତ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ଶେଷରେ ସିବିଆଇକୁ ହସ୍ତାନ୍ତର କରିଛି ପଶ୍ଚିମବଙ୍ଗ ପୋଲିସ ।

ଶାହାଜାହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ପୋଲିସକୁ ପୁଣିଥରେ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ଶାହାଜାହାନଙ୍କୁ ନିଜ ହାଜତକୁ ନେବା ପାଇଁ ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲା । ଆବଶ୍ୟକ ପ୍ରକ୍ରିୟା ପୂରଣ ପରେ ଶାହାଜାହାନ ଶେଖଙ୍କୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ସିବିଆଇ ହାଜତକୁ ଯିବା ପୂର୍ବରୁ ଶାହାଜାହାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

କୋର୍ଟ ମଙ୍ଗଳବାର ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ହାଇକୋର୍ଟ ଆଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଆଜି ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଥିଲେ ।

ଚଳିତ ବର୍ଷ ଜାନୁୟାରୀ ୫ରେ ରାସନ ଦୁର୍ନୀତି ମାମଲାରେ ଚଢ଼ାଉ କରିବାକୁ ସନ୍ଦେଶଖାଲି ଯାଇଥିବା ବେଳେ ଇଡି ଟିମ୍ ଉପରେ ଶାହାଜାହାନ ଶେଖଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହି ମାମଲାରେ ଶାହାଜାହାନ ଶେଖ ମୁଖ୍ୟ ଅଭିଯୁକ୍ତ। ତା’ଛଡ଼ା ଶାହାଜାହାନ ଶେଖଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଜମି ହଡ଼ପ ଭଳି ଅଭିଯୋଗ ମଧ୍ୟ ହୋଇଛି । ଇଡି ଗତକାଲି ଶାହାଜାହାନଙ୍କ ୧୨ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଥିଲା।

#Odia#Odisha#News
Share Article:

Related Articles