News Room Odisha
BREAKING
Odia

ମହୁଆ ମୈତ୍ରଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ଘରେ ସିବିଆଇ ଶନିବାର ଚଢ଼ାଉ କରିଛି। କୋଲକାତା ସହ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ମଧ୍ୟ ରେଡ୍ କରିଛି ସିବିଆଇ । ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାରେ ଗୁରୁବାର ସିବିଆଇ ମହୁଆଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସିବିଆଇ ଟିମ୍ ଦକ୍ଷିଣ କୋଲକାତାର ଆଲିପୁର ଅଞ୍ଚଳରେ ମହୁଆଙ୍କ ବାପାଙ୍କ ଫ୍ଲାଟରେ ମଧ୍ୟ ତଲାସି କରିଥିବା ସୂଚନା ରହିଛି । ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ [...]

Admin•March 23, 2024
Share Article:

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ଘରେ ସିବିଆଇ ଶନିବାର ଚଢ଼ାଉ କରିଛି। କୋଲକାତା ସହ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ମଧ୍ୟ ରେଡ୍ କରିଛି ସିବିଆଇ । ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାରେ ଗୁରୁବାର ସିବିଆଇ ମହୁଆଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସିବିଆଇ ଟିମ୍ ଦକ୍ଷିଣ କୋଲକାତାର ଆଲିପୁର ଅଞ୍ଚଳରେ ମହୁଆଙ୍କ ବାପାଙ୍କ ଫ୍ଲାଟରେ ମଧ୍ୟ ତଲାସି କରିଥିବା ସୂଚନା ରହିଛି ।

‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଲୋକପାଲ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମହୁଆଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ସିବିଆଇକୁ କହିଛନ୍ତି ଲୋକପାଳ। ଏହା ସହ ତଦନ୍ତକାରୀ ସଂସ୍ଥାକୁ ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୌତମ ଆଦାନୀ ଲିଙ୍କ୍ ସମ୍ପର୍କରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କଠାରୁ ଟଙ୍କା ନେଇଥିଲେ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ଅଭିଯୋଗ କରିଥିଲେ । ସେ ଦାବି କରିଥିଲେ ଯେ ମୈତ୍ରଙ୍କ ପାଇଁ ପ୍ରଶ୍ନ ପ୍ରସ୍ତୁତ କରିବା ପାଇଁ ହିରାନନ୍ଦାନୀ ବିଭିନ୍ନ ସ୍ଥାନରୁ ଏବଂ ମୁଖ୍ୟତଃ ଦୁବାଇରୁ ମୈତ୍ରଙ୍କ ଲଗଇନ୍ ଆଇଡି ବ୍ୟବହାର କରିଥିଲେ। ଏଭଳି କରି ମହୁଆ ଜାତୀୟ ସୁରକ୍ଷା ସହ ସାଲିସ କରିଛନ୍ତିି ବୋଲି ଦୁବେ ଅଭିଯୋଗ କରିଥିଲେ। ଦୁବେଙ୍କ ଅଭିଯୋଗ ପରେ ଲୋକସଭା ବାଚସ୍ପତି ଏହି ମାମଲାକୁ ଏଥିକ୍ସ କମିଟିକୁ ପଠାଇଥିଲେ। କମିଟି ମହୁଆଙ୍କୁ ଲୋକସଭାରୁ ବହିଷ୍କୃତ କରିବାକୁ ସୁପାରିସ କରିଥିଲା । ଡିସେମ୍ବର ୨୦୨୩ରେ ମହୁଆଙ୍କ ସଂସଦ ସଦସ୍ୟତା ରଦ୍ଦ କରାଯାଇଥିଲା। ସଂସଦରୁ ତାଙ୍କ ବହିଷ୍କାରକୁ ମହୁଆ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ତାଙ୍କ ଆବେଦନ ଖାରଜ କରିଥିଲେ କୋର୍ଟ ।

#Odia#Odisha#News
Share Article:

Related Articles