News Room Odisha
BREAKING
Odia

ଆଜି ଆସ୍ଥା ଲୋଡିବେ ଝାଡ଼ଖଣ୍ଡର ଚମ୍ପାଇ ସୋରେନ୍ ସରକାର

ରାଞ୍ଚି: ଝାଡ଼ଖଣ୍ଡର ଚମ୍ପାଇ ସୋରେନ୍ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବେ । ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ଆସ୍ଥା ଭୋଟରେ ଭାଗ ନେବେ । ଏଥିପାଇଁ କୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି । ଆସ୍ଥା ଭୋଟ୍ ପାଇଁ ଉପସ୍ଥିତ ରହିବାକୁ ଜେଏମ୍ଏମ୍ ଓ କଂଗ୍ରେସ ନିଜ ବିଧାୟକ ମାନଙ୍କୁ ହ୍ବିପ୍ ଜାରି କରିଛନ୍ତି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ୪୧ ବିଧାୟକଙ୍କ [...]

Admin•February 5, 2024
Share Article:

ରାଞ୍ଚି: ଝାଡ଼ଖଣ୍ଡର ଚମ୍ପାଇ ସୋରେନ୍ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବେ । ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ଆସ୍ଥା ଭୋଟରେ ଭାଗ ନେବେ । ଏଥିପାଇଁ କୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି । ଆସ୍ଥା ଭୋଟ୍ ପାଇଁ ଉପସ୍ଥିତ ରହିବାକୁ ଜେଏମ୍ଏମ୍ ଓ କଂଗ୍ରେସ ନିଜ ବିଧାୟକ ମାନଙ୍କୁ ହ୍ବିପ୍ ଜାରି କରିଛନ୍ତି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ | ତେବେ ଜେଏମ୍ଏମ୍ ନେତୃତ୍ୱାଧୀନ ମେଣ୍ଟ ସରକାର ଦାବି କରିଛି ଯେ ସେମାନଙ୍କ ପାଖରେ ୪୮ ଜଣ ବିଧାୟକଙ୍କ ସମର୍ଥନ ରହିଛି। ବିଜେପି ଏବଂ ଏହାର ସହଯୋଗୀ ମାନଙ୍କର ୩୨ ଜଣ ବିଧାୟକ ଅଛନ୍ତି।

ଜମି ଦୁର୍ନୀତି ସ‌ହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ଵାରା ଗିରଫ ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ହେମନ୍ତଙ୍କ ସ୍ଥାନରେ ଚମ୍ପାଇ ସୋରେନ ଫେବୃଆରୀ ୨ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

#Odia#Odisha#News
Share Article:

Related Articles