News Room Odisha
BREAKING
Odia

କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ତାଲିକାରେ ୪୬ ପ୍ରାର୍ଥୀଙ୍କ ନାମ, ବାରାଣସୀରୁ ପୁଣି ମୋଦୀଙ୍କ ବିରୋଧରେ ଲଢ଼ିବେ ଅଜୟ ରାୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୪୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି | ଉତ୍ତର ପ୍ରଦେଶର ୯ ଲୋକସଭା ଆସନ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି। ତେବେ ଆମେଥି ଏବଂ ରାୟ ବରେଲି ଆସନ ପାଇଁ କୌଣସି ପ୍ରାର୍ଥୀ ଠିକ୍ କରିନାହିଁ ଦଳ। ୟୁପି କଂଗ୍ରେସ ସଭାପତି ଅଜୟ ରାୟ ପୁଣିଥରେ ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଲଢ଼ିବେ। ଅମରୋହାରୁ ଦାନିଶ୍ [...]

Admin•March 24, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୪୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି | ଉତ୍ତର ପ୍ରଦେଶର ୯ ଲୋକସଭା ଆସନ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି। ତେବେ ଆମେଥି ଏବଂ ରାୟ ବରେଲି ଆସନ ପାଇଁ କୌଣସି ପ୍ରାର୍ଥୀ ଠିକ୍ କରିନାହିଁ ଦଳ। ୟୁପି କଂଗ୍ରେସ ସଭାପତି ଅଜୟ ରାୟ ପୁଣିଥରେ ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଲଢ଼ିବେ। ଅମରୋହାରୁ ଦାନିଶ୍ ଅଲି, ଫତେହପୁର ସିକ୍ରିରୁ ରାମନାଥ ସିକୱାର୍, କାନପୁରରୁ ଆଲୋକ ମିଶ୍ରା, ଝାନସୀରୁ ପ୍ରଦୀପ ଜୈନ ଆଦିତ୍ୟ ଟିକେଟ ପାଇଛନ୍ତି। କଂଗ୍ରେସ ପଶ୍ଚିମ ଉତ୍ତର ପ୍ରଦେଶର ଚର୍ଚ୍ଚିତ ମୁସଲମାନ ନେତା ଇମ୍ରାନ ମାସୁଦଙ୍କୁ ସାହାରନପୁରରୁ ପ୍ରାର୍ଥୀ କରିଛି। ମଧ୍ୟ ପ୍ରଦେଶର ରାଜଗଡ଼ରୁ ପୁଣି ଦିଗବିଜୟ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି।

କଂଗ୍ରେସର ଚତୁର୍ଥ ତାଲିକାରେ ଆସାମର ୧, ଛତିଶଗଡର ୧, ଜାମ୍ମୁ କାଶ୍ମୀରର ୨, ମଧ୍ୟପ୍ରଦେଶର ୧୨, ମହାରାଷ୍ଟ୍ରର ୪, ମଣିପୁରର ୨, ମିଜୋରାମର ୧, ରାଜସ୍ଥାନର ୩, ତାମିଲନାଡୁର ୯, ଉତ୍ତର ପ୍ରଦେଶର ୯, ଉତ୍ତରାଖଣ୍ଡର ୨, ପଶ୍ଚିମବଙ୍ଗର ୧ ଏବଂ ଆଣ୍ଡାମାନ-ନିକୋବରର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୧୮୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଦଳ ପ୍ରଥମ ତାଲିକାରେ ୩୯, ଦ୍ୱିତୀୟ ତାଲିକାରେ ୪୩ ଏବଂ ତୃତୀୟ ତାଲିକାରେ ୫୬ ଜଣ ପ୍ରାର୍ଥୀ ଘୋଷଣା କରିଥିଲା।

ଦେଶର ୧୮ତମ ଲୋକସଭା ପାଇଁ ନିର୍ବାଚନ ଏପ୍ରିଲ ୧୯ରୁ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ ଗଣତି ସହ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ।

#Odia#Odisha#News
Share Article:

Related Articles