News Room Odisha
BREAKING
Odia

କଂଗ୍ରେସ ଜାରି କଲା ୪୩ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏଥିମଧ୍ୟରୁ ଆସାମର ୧୨, ଗୁଜରାଟର ୭, ମଧ୍ୟପ୍ରଦେଶର ୧୦, ରାଜସ୍ଥାନର ୧୦, ଉତ୍ତରାଖଣ୍ଡର ୩ ଏବଂ ଡାମନ ଓ ଡିୟୁର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । କଂଗ୍ରେସ ନେତା ଅଜୟ ମାକେନ୍ କହିଛନ୍ତି, ଏହି ତାଲିକାର ବିଶେଷତ୍ୱ ହେଉଛି ଏଥିରେ ୭୬.୭ ପ୍ରତିଶତ ଏସସି, [...]

Admin•March 12, 2024
Share Article:

ନୂଆଦିଲ୍ଲୀ: କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏଥିମଧ୍ୟରୁ ଆସାମର ୧୨, ଗୁଜରାଟର ୭, ମଧ୍ୟପ୍ରଦେଶର ୧୦, ରାଜସ୍ଥାନର ୧୦, ଉତ୍ତରାଖଣ୍ଡର ୩ ଏବଂ ଡାମନ ଓ ଡିୟୁର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ ।

କଂଗ୍ରେସ ନେତା ଅଜୟ ମାକେନ୍ କହିଛନ୍ତି, ଏହି ତାଲିକାର ବିଶେଷତ୍ୱ ହେଉଛି ଏଥିରେ ୭୬.୭ ପ୍ରତିଶତ ଏସସି, ଏସଟି ଏବଂ ଓବିସି ପ୍ରାର୍ଥୀଙ୍କୁ ସ୍ଥାନ ଦିଆଯାଇଛି। ଏହାଛଡ଼ା ୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୩ ଜଣଙ୍କର ବୟସ ୬୦ ବର୍ଷରୁ କମ୍ |

ଆସାମର ଜୋରହାଟରୁ ଗୌରବ ଗୋଗୋଇ ଏବଂ ମଧ୍ୟପ୍ରଦେଶର ଛିନ୍ଦଓ୍ବାଡାରୁ କମଲ ନାଥଙ୍କ ପୁଅ ନକୁଲ ନାଥଙ୍କୁ ଦଳ ଟିକେଟ ଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ବୈଭବ ଗେହଲୋଟଙ୍କୁ ଜାଲୌରରୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ଛାଡ଼ି ଆସିଥିବା ରାହୁଲ କାସୱାନଙ୍କୁ ଚୁରୁ ଆସନରୁ ଟିକେଟ୍ ଦିଆଯାଇଛି।

କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି, ୪୩ ଜଣିଆ ଦ୍ବିତୀୟ ପ୍ରାର୍ଥୀ ତାଲିକାରେ ୧୩ ଓବିସି, ୧୦ ଏସସି, ୯ଏସଟି ଏବଂ ଜଣେ ମୁସଲମାନ ପ୍ରାର୍ଥୀ ଅଛନ୍ତି । ଅବଶିଷ୍ଟ ୧୦ ପ୍ରାର୍ଥୀ ସାଧାରଣ ବର୍ଗର।ନିକଟରେ କଂଗ୍ରେସ ୩୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଥିଲା ।

#Odia#Odisha#News
Share Article:

Related Articles