ନୟନତାରାଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’କୁ ନେଇ ବିବାଦ, ଧାର୍ମିକ ଭାବନାକୁ ଆଘାତ ଅଭିଯୋଗରେ ମାମଲା ରୁଜୁ; ନେଟଫ୍ଲିକ୍ସରୁ ବି ହଟିଲା
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଅଭିନେତ୍ରୀ ନୟନତାରାଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’କୁ ନେଇ ବିବାଦ ଉଠିଛି । ଏହି ଫିଲ୍ମକୁ ନେଇ ଦୁଇ ଦକ୍ଷିଣପନ୍ଥୀ ସଂଗଠନ ଅଭିନେତ୍ରୀ ନୟନତାରା ଏବଂ ଫିଲ୍ମ ସହ ଜଡ଼ିତ ଅନ୍ୟମାନଙ୍କ ବିରୋଧରେ ଏତଲା ଦେଇଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ର କିଛି ଦୃଶ୍ୟ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି । ଫିଲ୍ମକୁ ନେଇ ବିବାଦ ପରେ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରୁ ମଧ୍ୟ ଏହାକୁ [...]
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଅଭିନେତ୍ରୀ ନୟନତାରାଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’କୁ ନେଇ ବିବାଦ ଉଠିଛି । ଏହି ଫିଲ୍ମକୁ ନେଇ ଦୁଇ ଦକ୍ଷିଣପନ୍ଥୀ ସଂଗଠନ ଅଭିନେତ୍ରୀ ନୟନତାରା ଏବଂ ଫିଲ୍ମ ସହ ଜଡ଼ିତ ଅନ୍ୟମାନଙ୍କ ବିରୋଧରେ ଏତଲା ଦେଇଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ର କିଛି ଦୃଶ୍ୟ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି ।
ଫିଲ୍ମକୁ ନେଇ ବିବାଦ ପରେ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରୁ ମଧ୍ୟ ଏହାକୁ ହଟାଇ ଦିଆଯାଇଛି । ତେବେ ଫିଲ୍ମ ହଟାଇବା ନେଇ ନେଟଫ୍ଲିକ୍ସ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ପୋଲିସ କହିଛି, ‘ଅନ୍ନପୂର୍ଣ୍ଣି’ ବିରୋଧରେ ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ଚଳଚ୍ଚିତ୍ରରେ ପ୍ରଭୁ ରାମଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ରହିଛି ଓ ‘ଲଭ୍ ଜିହାଦ’କୁ ପ୍ରୋତ୍ସାହିତ କରାଯାଇଛି ।
‘ଅନ୍ନପୂର୍ଣ୍ଣି’ ନିକଟରେ ଓଟିଟି ପ୍ଲାଟଫର୍ମ୍ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା ।
ଜଣେ ଅଧିକାରୀ କହିଛନ୍ତି, “ବଜରଙ୍ଗ ଦଳ କର୍ମୀମାନେ ଦୁଇ ଦିନ ତଳେ ଏହି ଫିଲ୍ମ ବିରୋଧରେ ପଶ୍ଚିମବଙ୍ଗର ଓଶିୱାରା ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ତଦନ୍ତ ଚାଲିଛି।
ଏକ ହିନ୍ଦୁ ଆଇଟି ସେଲର ପ୍ରତିଷ୍ଠାତା ରମେଶ ସୋଲାଙ୍କି ଦକ୍ଷିଣ ମୁମ୍ବାଇର ଲୋକମାନ୍ୟ ତିଳକ ମାର୍ଗ ପୋଲିସ ଥାନରେ ଆଉ ଏକ ଅଭିଯୋଗ ଦେଇଛନ୍ତି।
ସୋଲାଙ୍କିଙ୍କ ଅଭିଯୋଗ ଅନୁଯାୟୀ, ଏହି ଚଳଚ୍ଚିତ୍ର ପ୍ରଭୁ ରାମଙ୍କୁ ଅପମାନିତ କରିଛି ଏବଂ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ରିଲିଜ୍ କରାଯାଇଛି। ସେ ଫିଲ୍ମର କିଛି ଦୃଶ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାକୁ ସେ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ ଫିଲ୍ମର ଶେଷ ଦୃଶ୍ୟରେ ଜଣେ ମନ୍ଦିର ପୁରୋହିତଙ୍କ ଝିଅ ବିରିୟାନି ତିଆରି କରିବା ପୂର୍ବରୁ ହିଜାବ ପିନ୍ଧି ନମାଜ କରୁଥିବା ଦେଖାଯାଇଛି। ଫିଲ୍ମର ଏହି ଚରିତ୍ରରେ ନୟନତାରା ଅଭିନୟ କରିଛନ୍ତି |
ମୂରଲୀଧରଙ୍କ ଭକ୍ତି ସଂଗୀତ ‘ଶ୍ୟାମସୁନ୍ଦର’ ଲୋକାର୍ପିତ
Next Articleପ୍ରଥମ ଟି-୨୦: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
