News Room Odisha
BREAKING
Odia

ନିର୍ବାଚନ ପ୍ରଚାରରେ ଭାଗ ନେବା ପାଇଁ ସିସୋଦିଆଙ୍କ ଜାମିନ ଆବେଦନ, ସିବିଆଇ ଓ ଇଡିକୁ ନୋଟିସ୍

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସିବିଆଇ ଓ ଇଡିକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି। ଆସନ୍ତା ଏପ୍ରିଲ ୨୦ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଲୋକସଭା ନିର୍ବାଚନ ପ୍ରଚାରରେ ଭାଗ ନେବା ପାଇଁ ମନୀଷ ସିସୋଦିଆ ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ଦିଲ୍ଲୀ ମଦ ନୀତି ସହ ଜଡିତ ମନି [...]

Admin•April 12, 2024
Share Article:

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସିବିଆଇ ଓ ଇଡିକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି। ଆସନ୍ତା ଏପ୍ରିଲ ୨୦ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଲୋକସଭା ନିର୍ବାଚନ ପ୍ରଚାରରେ ଭାଗ ନେବା ପାଇଁ ମନୀଷ ସିସୋଦିଆ ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି।

ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଦିଆ ସମ୍ପ୍ରତି ତିହାର ଜେଲରେ ଅଛନ୍ତି। ଏପ୍ରିଲ୍ ୧୦ରେ ତାଙ୍କ ବିଚାର ବିଭାଗୀୟ ହାଜତ ଶେଷ ହେବା ପରେ ସିସୋଦିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଜଜ୍ ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଏପ୍ରିଲ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଉଭୟ ସିବିଆଇ ଏବଂ ଇଡି ଗିରଫ କରିଥିଲେ।

#Odia#Odisha#News
Share Article:

Related Articles