News Room Odisha
BREAKING
Odia

ଭିସି ଜରିଆରେ ଡାକ୍ତରଙ୍କ ସହ ପରାମର୍ଶ ପାଇଁ କେଜ୍ରିୱାଲଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ : ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ତାଙ୍କ ସୁଗାର ସ୍ତର ଓ ଇନସୁଲିନ୍ ମାମଲାରେ ପ୍ରତିଦିନ ୧୫ ମିନିଟ୍ ଭିସି ଜରିଆରେ ଡ଼ାକ୍ତରୀ ପରାମର୍ଶ ପାଇଁ କେଜ୍ରିୱାଲ ଅନୁମତି ମାଗିଥିଲେ।‌ ତାଙ୍କର ଏହି ଆବେଦନ ହୋଇଛି। ତେବେ କେଜ୍ରିୱାଲଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ କୋର୍ଟ ତିହାର ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ଜଜ୍ କାବେରୀ ବୱେଜା ତିହାର [...]

Admin•April 22, 2024
Share Article:

ନୂଆଦିଲ୍ଲୀ : ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ତାଙ୍କ ସୁଗାର ସ୍ତର ଓ ଇନସୁଲିନ୍ ମାମଲାରେ ପ୍ରତିଦିନ ୧୫ ମିନିଟ୍ ଭିସି ଜରିଆରେ ଡ଼ାକ୍ତରୀ ପରାମର୍ଶ ପାଇଁ କେଜ୍ରିୱାଲ ଅନୁମତି ମାଗିଥିଲେ।‌ ତାଙ୍କର ଏହି ଆବେଦନ ହୋଇଛି। ତେବେ କେଜ୍ରିୱାଲଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ କୋର୍ଟ ତିହାର ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ବତନ୍ତ୍ର ଜଜ୍ କାବେରୀ ବୱେଜା ତିହାର ପ୍ରଶାସନକୁ ନିର୍ଦ୍ଦେଶ ଦେଇ କହିଛନ୍ତିି କେଜ୍ରିୱାଲଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ କୌଣସି ବିଶେଷ ପରାମର୍ଶ ଆବଶ୍ୟକ ହେଲେ ଜେଲ୍ କର୍ତ୍ତୃପକ୍ଷ ଏମ୍ସ ନିର୍ଦ୍ଦେଶକଙ୍କ ଦ୍ବାରା ଗଠିତ ଏକ ମେଡିକାଲ୍ ବୋର୍ଡ ନିଯୁକ୍ତ କରିବେ, ଯେଉଁଥିରେ ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ମଧୁମେହ ବିଶେଷଜ୍ଞ ମଧ୍ୟ ରହିବେ।

ସେ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇନସୁଲିନ ଦିଆଯିବ କି ନାହିଁ ତାହା ମେଡିକାଲ ବୋର୍ଡ ନିଷ୍ପତ୍ତି ନେବ। ମେଡିକାଲ ବୋର୍ଡ ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ଏବଂ ବ୍ୟାୟାମ ଯୋଜନା ଉପରେ ମଧ୍ୟ ନିଷ୍ପତ୍ତି ନେବ, ଯାହା ପାଳନ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ମେଡିକାଲ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଡାଏଟ୍ ପ୍ଲାନରେ ଆଉ କୌଣସି ପରିବର୍ତ୍ତନ ହେବ ନାହିଁ |

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତିହାର ଜେଲ ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। କେଜ୍ରିୱାଲ ତିହାର ଜେଲ ଅଧୀକ୍ଷକଙ୍କୁ ଏକ ଚିଠିରେ କହିଥିଲେ, “ଖବରକାଗଜରେ ତିହାର ଜେଲ ପ୍ରଶାସନର ବୟାନ ପଢ଼ି ମୋତେ ଦୁଃଖ ଲାଗିଲା। ତିହାରର ଉଭୟ ବୟାନ ମିଛ। ମୁଁ ପ୍ରତିଦିନ ଇନସୁଲିନ୍ ମାଗୁଛି। କିନ୍ତୁ ସେମାନେ ମୋତେ ଏଥିରୁ ବଞ୍ଚିତ କରୁଛନ୍ତି। ମୁଁ ତିହାର କର୍ତ୍ତୃପକ୍ଷଙ୍କୁ ଗ୍ଲୁକୋ ମିଟର ରିଡିଂ ଦେଖାଇଥିଲି । ମୋର ସୁଗାର ସ୍ତର ଦିନକୁ ଦିନ ବଢ଼ି ଚାଲିଛି। ସୁଗାର ସ୍ତର ପ୍ରାୟ ୨୫୦ ରୁ ୩୫୦ ରହୁଛି।

#Odia#Odisha#News
Share Article:

Related Articles