News Room Odisha
BREAKING
Odia

ମାତ୍ର ୧୯ ବର୍ଷ ବୟସରେ ଚାଲିଗଲେ ‘ଦଙ୍ଗଲ’ ଗର୍ଲ୍ ସୁହାନି ଭଟନାଗର

ନୂଆଦିଲ୍ଲୀ: ଆମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଜୁନିଅର ବବିତା ଫୋଗାଟ୍ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନି ଭଟନାଗରଙ୍କ ମାତ୍ର ୧୯ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ସୁହାନୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ତଳେ ଏକ ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଏଥିପାଇଁ ସେ ଖାଉଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ସୁହାନୀଙ୍କ ଶରୀରରେ ପାଣି ଭରି ଯାଇଥିଲା। ଏହି କାରଣରୁ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। [...]

Admin•February 17, 2024
Share Article:

ନୂଆଦିଲ୍ଲୀ: ଆମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଜୁନିଅର ବବିତା ଫୋଗାଟ୍ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନି ଭଟନାଗରଙ୍କ ମାତ୍ର ୧୯ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ସୁହାନୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ।

କିଛି ଦିନ ତଳେ ଏକ ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଏଥିପାଇଁ ସେ ଖାଉଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ସୁହାନୀଙ୍କ ଶରୀରରେ ପାଣି ଭରି ଯାଇଥିଲା। ଏହି କାରଣରୁ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ଫରିଦାବାଦରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସୁହାନିଙ୍କ ଏପରି ଅକାଳ ବିୟୋଗ ନେଇ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଆମୀର ଖାନ ମଧ୍ୟ ସୁହାନିଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତିି। ତାଙ୍କ ପ୍ରଡକ୍ସନ ହାଉସ୍ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛି – ‘ସୁହାନିଙ୍କ ଦେହାନ୍ତ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ତାଙ୍କ ପରିବାର ପ୍ରତି ଆମର ସମବେଦନା। ସୁହାନି ଜଣେ ଅତି ପ୍ରତିଭାବାନ ଝିଅ ଥିଲେ, ସେ ସର୍ବଦା ଟିମ୍ ପ୍ଲେୟାର ଭାବେ କାମ କରୁଥିଲେ । ”

ସୁହାନି ‘ଦଙ୍ଗଲ’ରେ ଆମୀର ଖାନଙ୍କ ସାନ ଝିଅ (ଜୁନିଅର ବବିତା ଫୋଗାଟ୍) ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର ବ୍ୟତୀତ ତାଙ୍କୁ କିଛି ଟିଭି ବିଜ୍ଞାପନରେ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ନିଜ ପାଠପଢ଼ା ଶେଷ କରିବା ପାଇଁ ସୁହାନି ମଝିରେ ଅଭିନୟରୁ ବ୍ରେକ୍ ନେଇଥିଲେ। ସେ ପାଠପଢ଼ା ଶେଷ କରିବା ପରେ ଫିଲ୍ମକୁ ଫେରିବେ ବୋଲି ‌କିଛି ସାକ୍ଷାତକାରରେ କହିଥିଲେ ସୁହାନି।

#Odia#Odisha#News
Share Article:

Related Articles