News Room Odisha
BREAKING
Odia

ବିଏସପିର ବହିଷ୍କୃତ ସାଂସଦ ଦାନିଶ୍ ଅଲି କଂଗ୍ରେସରେ ସାମିଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି)ର ବହିଷ୍କୃତ ସାଂସଦ ଦାନିଶ୍ ଅଲି ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସରେ ଯୋଗଦେବା ପରେ ଅଲି କହିଛନ୍ତି, “ଆଜି ଦେଶର ଅବସ୍ଥା କାହାକୁ ଅଛପା ନାହିଁ। ଗୋଟିଏ ପଟେ ବିଭାଜନକାରୀ ଶକ୍ତି ଏବଂ ଅନ୍ୟ ପଟେ ଗରିବ, ନିଷ୍ପେସିତ ତଥା ଦଳିତ ଲୋକଙ୍କୁ ନ୍ୟାୟ ପାଇଁ ସଂଗ୍ରାମ କରୁଛନ୍ତି। ମୋର ଭବିଷ୍ୟତ ରାଜନୈତିକ ଯାତ୍ରା ପାଇଁ ମୁଁ ଆଜି କଂଗ୍ରେସ ଦଳର ସଦସ୍ୟତା ଗ୍ରହଣ କରିବାକୁ [...]

Admin•March 20, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି)ର ବହିଷ୍କୃତ ସାଂସଦ ଦାନିଶ୍ ଅଲି ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି।

କଂଗ୍ରେସରେ ଯୋଗଦେବା ପରେ ଅଲି କହିଛନ୍ତି, “ଆଜି ଦେଶର ଅବସ୍ଥା କାହାକୁ ଅଛପା ନାହିଁ। ଗୋଟିଏ ପଟେ ବିଭାଜନକାରୀ ଶକ୍ତି ଏବଂ ଅନ୍ୟ ପଟେ ଗରିବ, ନିଷ୍ପେସିତ ତଥା ଦଳିତ ଲୋକଙ୍କୁ ନ୍ୟାୟ ପାଇଁ ସଂଗ୍ରାମ କରୁଛନ୍ତି। ମୋର ଭବିଷ୍ୟତ ରାଜନୈତିକ ଯାତ୍ରା ପାଇଁ ମୁଁ ଆଜି କଂଗ୍ରେସ ଦଳର ସଦସ୍ୟତା ଗ୍ରହଣ କରିବାକୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

ଗତ ଲୋକସଭା ନିର୍ବାଚନରେ ଦାନିଶ୍ ଅଲି ବିଏସପି ଟିକେଟ୍‌ରେ ଅମରୋହାରୁ ସାଂସଦ ହୋଇଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଏସପି ଗତ ଡିସେମ୍ବରରେ ଅଲିଙ୍କୁ ନିଲମ୍ବିତ କରିଥିଲା। ତା’ପରଠୁଁ ଅଲି କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଚାଲିଥିଲା।

ଦାନିଶ ଅଲି ହେଉଛନ୍ତି ସେହି ସାଂସଦ ଯାହାଙ୍କ ପ୍ରତି ବିଜେପି ସାଂସଦ ରମେଶ ବିଧୁରୀ ଲୋକସଭାରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ।

#Odia#Odisha#News
Share Article:

Related Articles