ମାନିଲେ ଡି’ଭିଲିୟର୍ସ, କୋହଲିଙ୍କ ସମ୍ପର୍କରେ ଦେଇଥିଲେ ଭୁଲ୍ ସୂଚନା
ଜୋହାନ୍ସବର୍ଗ: ଭାରତୀୟ ସୁପରଷ୍ଟାର ବିରାଟ କୋହଲିଙ୍କୁ ନେଇ ଭୁଲ ସୂଚନା ଦେଇଥିଲେ ତାଙ୍କ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ ଭିଲିୟର୍ସ। ନିଜେ ଡି’ ଭିଲିୟର୍ସ ଏହା ସ୍ବୀକାର କରିଛନ୍ତିି । ସେ ଏକ ବଡ଼ ଭୁଲ କରି ଦେଇଛନ୍ତି ବୋଲି କହିଛନ୍ତି ଡି’ଭିଲିୟର୍ସ। ବ୍ୟକ୍ତିଗତ କାରଣରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରୁ ବ୍ରେକ୍ ନେଇଛନ୍ତି । ଡି’ଭିଲିୟର୍ସ କହିଛନ୍ତି କୋହଲିଙ୍କ ବ୍ୟକ୍ତିଗତ କାରଣ କ’ଣ ତାହା ସେ ଜାଣି ନାହାଁନ୍ତି। ଡି’ଭିଲିୟର୍ସ କିଛି [...]
ଜୋହାନ୍ସବର୍ଗ: ଭାରତୀୟ ସୁପରଷ୍ଟାର ବିରାଟ କୋହଲିଙ୍କୁ ନେଇ ଭୁଲ ସୂଚନା ଦେଇଥିଲେ ତାଙ୍କ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ ଭିଲିୟର୍ସ। ନିଜେ ଡି’ ଭିଲିୟର୍ସ ଏହା ସ୍ବୀକାର କରିଛନ୍ତିି । ସେ ଏକ ବଡ଼ ଭୁଲ କରି ଦେଇଛନ୍ତି ବୋଲି କହିଛନ୍ତି ଡି’ଭିଲିୟର୍ସ।
ବ୍ୟକ୍ତିଗତ କାରଣରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରୁ ବ୍ରେକ୍ ନେଇଛନ୍ତି । ଡି’ଭିଲିୟର୍ସ କହିଛନ୍ତି କୋହଲିଙ୍କ ବ୍ୟକ୍ତିଗତ କାରଣ କ’ଣ ତାହା ସେ ଜାଣି ନାହାଁନ୍ତି।
ଡି’ଭିଲିୟର୍ସ କିଛି ଦିନ ତଳେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲେ ଯେ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ନିଜ ଦ୍ୱିତୀୟ ସନ୍ତାନର ଜନ୍ମକୁ ଅପେକ୍ଷା କରିଛନ୍ତି। ତେଣୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଚଳିତ ଟେଷ୍ଟ ସିରିଜରେ ସେ ଖେଳୁ ନାହାଁନ୍ତି।
ଏଠାରେ ‘ଏସ୍ଏ୨୦ ଲିଗ୍’ ଅବସରରେ କିଛି ଗଣମାଧ୍ୟମକୁ ଡି’ଭିଲିୟର୍ସ କହିଛନ୍ତି, ପରିବାର ପ୍ରଥମେ ଆସେ । ଯାହା ମୁଁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ କହିଛି। ମୁଁ ସେହି ସମୟରେ ଭୁଲ ତଥ୍ୟ ସେୟାର କରି ଏକ ବଡ଼ ଭୁଲ କରିଦେଇଥିଲି | ମୁଁ ଯାହା କହିଥିଲି ତାହା ଆଦୌ ସତ ନୁହେଁ। ”
‘ଏସ୍ଏ୨୦’ର ବ୍ରାଣ୍ଡ୍ ଆମ୍ବାସାଡର ଡି’ଭିଲିୟର୍ସ କହିଛନ୍ତି, “ମୁଁ ଭାବୁଛି ବିରାଟ ଓ ତାଙ୍କ ପରିବାର ପାଇଁ ଯାହା ଭଲ ତାହାକୁ ପ୍ରାଥମିକତା ଦିଆଯିବା ଉଚିତ୍। ସେଠାରେ କ’ଣ ଘଟୁଛି କେହି ଜାଣନ୍ତି ନାହିଁ | ମୁଁ ଆଶା କରୁଛି ଯେ କୋହଲିଙ୍କ ପରିବାରରେ ସବୁ ଠିକ୍ ଅଛି | ତାଙ୍କ ବିରତିର କାରଣ ଯାହା ହେଉନା କାହିଁକି, ମୁଁ ପ୍ରକୃତରେ ଆଶା କରୁଛି ଯେ ସେ ଆହୁରି ମଜବୁତ୍ ଓ ଦୃଢ଼ ଭାବେ ଫେରିବେ। ”
Odisha CM Naveen Patnaik opens Kalinga Literary Festival
Next ArticleSurgery Specialist at DHH Jharsuguda Apprehended for Taking Bribe from Patient
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
