News Room Odisha
BREAKING
Odia

ଧୋନିଙ୍କ ବିରୋଧରେ ମାନହାନି ମାମଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ମାନହାନି ମାମଲା ଦାୟର ହୋଇଛି । ଧୋନିଙ୍କ ଦୁଇ ପୂର୍ବତନ ବ୍ୟବସାୟିକ ସହଯୋଗୀ ମିହିର ଦିୱାକର ଏବଂ ତାଙ୍କ ପତ୍ନୀ ସୌମ୍ୟା ଦାସ ଏହି କେସ୍ କରିଛନ୍ତି । ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ପ୍ରତିଭା ଏମ୍ ସିଂହଙ୍କ ପୀଠରେ ଜାନୁଆରୀ ୧୮ରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ଉଲ୍ଲେଖଯୋଗ୍ୟ, ଚୁକ୍ତିନାମା ଉଲ୍ଲଂଘନ ସହ ଠକେଇ ଅଭିଯୋଗରେ ଧୋନି ନିକଟରେ ତାଙ୍କର [...]

Admin•January 17, 2024
Share Article:

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ମାନହାନି ମାମଲା ଦାୟର ହୋଇଛି । ଧୋନିଙ୍କ ଦୁଇ ପୂର୍ବତନ ବ୍ୟବସାୟିକ ସହଯୋଗୀ ମିହିର ଦିୱାକର ଏବଂ ତାଙ୍କ ପତ୍ନୀ ସୌମ୍ୟା ଦାସ ଏହି କେସ୍ କରିଛନ୍ତି ।

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ପ୍ରତିଭା ଏମ୍ ସିଂହଙ୍କ ପୀଠରେ ଜାନୁଆରୀ ୧୮ରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି।

ଉଲ୍ଲେଖଯୋଗ୍ୟ, ଚୁକ୍ତିନାମା ଉଲ୍ଲଂଘନ ସହ ଠକେଇ ଅଭିଯୋଗରେ ଧୋନି ନିକଟରେ ତାଙ୍କର ଏହି ପୂର୍ବତନ ଦୁଇ ବ୍ୟବସାୟିକ ସହଯୋଗୀଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିଥିଲେ ।

ଧୋନିଙ୍କ ଏହି ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇ ଏହା ଦ୍ବାରା ସେମାନଙ୍କ ସମ୍ମାନ ହାନି ହୋଇଛି ବୋଲି ଦିଓ୍ବାକର ଓ ତାଙ୍କ ପତ୍ନୀ କହିଛନ୍ତି ।

ଏହାଛଡ଼ା ସେମାନଙ୍କ ବିରୋଧରେ ମାନହାନିକାରକ ତଥା ଦୁର୍ଭାବନା ବୟାନ ପ୍ରସାର, ପ୍ରକାଶନ ଏବଂ ପ୍ରଚାର ନ କରିବାକୁ ଧୋନି, ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ମିଡ଼ିଆ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଆବେଦନକାରୀଙ୍କ ଓକିଲଙ୍କ କହିବାନୁସାରେ, ଧୋନି ନିକଟରେ ଦିଓ୍ବାକର ଏବଂ ଦାସଙ୍କ ବିରୋଧରେ ଏକ ଅପରାଧିକ ମାମଲା ଦାୟର କରିଥିଲେ । ଏଥିରେ ଅଭିଯୋଗ ହୋଇଥିଲା ଯେ କ୍ରିକେଟ୍ ଏକାଡେମୀ କରିବା ପାଇଁ ଚୁକ୍ତି ନକରି ତାଙ୍କ ଠାରୁ ପ୍ରାୟ ୧୬ କୋଟି ଟଙ୍କା ଠକେଇ କରିଥିଲେ।

କ୍ରୀଡ଼ା ପରିଚାଳନା କମ୍ପାନୀ ‘ଆର୍କା ସ୍ପୋର୍ଟସ’ର ଏହି ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ରାଞ୍ଚିର ନିମ୍ନ ଅଦାଲତରେ ଧୋନି ଏହି ମାମଲା ଦାୟର କରିଥିଲେ ।

#Odia#Odisha#News
Share Article:

Related Articles