News Room Odisha
BREAKING
Odia

୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ବାପାମା’ଙ୍କ ପାଖରେ ସିଟ୍ ମିଳିବ, ବିମାନ କମ୍ପାନୀଙ୍କୁ ଡିଜିସିଏର ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେସାମରିକ ବିମାନ ନିୟାମକ ଡିଜିସିଏ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସେମାନଙ୍କ ମାଆ ଓ ବାପାଙ୍କ ପାଖରେ ସିଟ୍ ଦେବା ପାଇଁ ସମସ୍ତ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏହି ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସମାନ ପିଏନ୍ଆର୍ ରେ ଯାତ୍ରା କରିବା ପାଇଁ ଟିକେଟ୍ ଦିଆଯିବ। ଏହାଛଡ଼ା ବିମାନ କମ୍ପାନୀଗୁଡିକ ମଧ୍ୟ ଏପରି ବ୍ୟବସ୍ଥାର ରେକର୍ଡ ବଜାୟ ରଖିବାକୁ ଡିଜିସିଏ ବିମାନ କମ୍ପାନୀ ମାନଙ୍କୁ କହିଛନ୍ତି। ବିମାନ ଯାତ୍ରା ବେଳେ ଛୋଟ ପିଲାମାନଙ୍କୁ [...]

Admin•April 23, 2024
Share Article:

ନୂଆଦିଲ୍ଲୀ: ବେସାମରିକ ବିମାନ ନିୟାମକ ଡିଜିସିଏ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସେମାନଙ୍କ ମାଆ ଓ ବାପାଙ୍କ ପାଖରେ ସିଟ୍ ଦେବା ପାଇଁ ସମସ୍ତ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏହି ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସମାନ ପିଏନ୍ଆର୍ ରେ ଯାତ୍ରା କରିବା ପାଇଁ ଟିକେଟ୍ ଦିଆଯିବ। ଏହାଛଡ଼ା ବିମାନ କମ୍ପାନୀଗୁଡିକ ମଧ୍ୟ ଏପରି ବ୍ୟବସ୍ଥାର ରେକର୍ଡ ବଜାୟ ରଖିବାକୁ ଡିଜିସିଏ ବିମାନ କମ୍ପାନୀ ମାନଙ୍କୁ କହିଛନ୍ତି।

ବିମାନ ଯାତ୍ରା ବେଳେ ଛୋଟ ପିଲାମାନଙ୍କୁ ନିଜ ଅଭିଭାବକଙ୍କ ସହ ଏକାଠି ବସିବା ପରିବର୍ତ୍ତେ ଅଲଗାରେ ବସାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା। ବିଶେଷକରି ଯଦି ଯାତ୍ରୀମାନେ ନିଜ ଛୋଟ ପିଲାଙ୍କ ପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ମନା କରନ୍ତି ତେବେ ସେମାନଙ୍କୁ ଅଲଗା ବସାଇ ଦିଆଯାଉଛି । ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା । ଜଣେ ପିଲାକୁ ବିମାନ ଯାତ୍ରାର ଆରମ୍ଭରୁ ଶେଷ ଯାଏଁ ନିଜ ବାପା-ମା’ଙ୍କ ଠାରୁ ଅଲଗା ବସିବାକୁ ପଡ଼ିଥିଲା।

#Odia#Odisha#News
Share Article:

Related Articles