News Room Odisha
BREAKING
Odia

ଧୋନି ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଦଳର ଅଧିନାୟକ ମନୋନୀତ

ନୂଆଦିଲ୍ଲୀ: ଆଇକନିକ୍ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନିଙ୍କୁ ରବିବାର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଦଳର ଅଧିନାୟକ ଭାବେ ନାମିତ କରାଯାଇଛି। ୨୦୦୮ରେ ଆରମ୍ଭ ହୋଇଥିବା ବିଶ୍ୱର ସବୁଠୁ ଲୋକପ୍ରିୟ ଟି-୨୦ ଲିଗର ସଫଳତା ପାଳନ କରିବା ପାଇଁ ଏହି ଦଳ ମନୋନୀତ କରାଯାଇଛି | ଫେବୃଆରୀ ୨୦ରେ ପ୍ରଥମ ଆଇପିଏଲ୍ ନିଲାମର ୧୬ ବର୍ଷ ପୂର୍ତ୍ତି ହେବ । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ତଥା ପ୍ରାୟ ୭୦ ସାମ୍ବାଦିକଙ୍କ ସହାୟତାରେ [...]

Admin•February 18, 2024
Share Article:

ନୂଆଦିଲ୍ଲୀ: ଆଇକନିକ୍ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନିଙ୍କୁ ରବିବାର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଦଳର ଅଧିନାୟକ ଭାବେ ନାମିତ କରାଯାଇଛି।

୨୦୦୮ରେ ଆରମ୍ଭ ହୋଇଥିବା ବିଶ୍ୱର ସବୁଠୁ ଲୋକପ୍ରିୟ ଟି-୨୦ ଲିଗର ସଫଳତା ପାଳନ କରିବା ପାଇଁ ଏହି ଦଳ ମନୋନୀତ କରାଯାଇଛି | ଫେବୃଆରୀ ୨୦ରେ ପ୍ରଥମ ଆଇପିଏଲ୍ ନିଲାମର ୧୬ ବର୍ଷ ପୂର୍ତ୍ତି ହେବ । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ତଥା ପ୍ରାୟ ୭୦ ସାମ୍ବାଦିକଙ୍କ ସହାୟତାରେ ଆଇପିଏଲ୍ ଟିଭି ପ୍ରସାରଣକାରୀ ‘ଷ୍ଟାର୍ ସ୍ପୋର୍ଟସ୍’ ସବୁ ସମୟର ଶ୍ରେଷ୍ଠ ଆଇପିଏଲ୍ ଦଳ ଚୟନ କରିଛି ।

ଏହାର ଚୟନ ପ୍ୟାନେଲରେ ୱାସିମ ଆକ୍ରାମ, ମାଥ୍ୟୁ ହେଡେନ, ଟମ ମୁଡି ଏବଂ ଡେଲ ଷ୍ଟେନଙ୍କ ପରି କିମ୍ବଦନ୍ତୀ କ୍ରିକେଟରମାନେ ସାମିଲ ହୋଇଥିଲେ।

ଅଷ୍ଟ୍ରେଲିଆର ଆକ୍ରମଣାତ୍ମକ ବ୍ୟାଟର ଡେଭିଡ ୱାର୍ଣ୍ଣର ଏବଂ ଭାରତୀୟ ସୁପରଷ୍ଟାର ବିରାଟ କୋହଲି ଏହି ଆଇପିଏଲ୍ ଦଳର ଓପନର୍ ଭାବର ମନୋନୀତ ହୋଇଥିବାବେଳେ ବ୍ୟାଟିଂ କ୍ରମରେ ‘ୟୁନିଭର୍ସାଲ ବସ୍’ କ୍ରିସ୍ ଗେଲଙ୍କୁ ତିନି ନମ୍ବର ସ୍ଥାନରେ ରଖାଯାଇଛି। ମନୋନୀତ ୧୫ ଜଣିଆ ଦଳରେ ତିନି ଜଣ ଅଲରାଉଣ୍ଡର ରହିଥିବା ବେଳେ ସୁରେଶ ରାଇନା, ଏବି ଡି’ଭିଲିୟର୍ସ, ସୂର୍ଯ୍ୟକୁମାର ଯାଦବ ଏବଂ ଧୋନିଙ୍କୁ ମଧ୍ୟକ୍ରମରେ ସାମିଲ କରାଯାଇଛି।

ରସିଦ ଖାନ, ସୁନୀଲ ନରିନ ଏବଂ ୟୁଜବେନ୍ଦ୍ର ଚହଲ ସ୍ପିନ୍ ବୋଲର ଭାବେ ମନୋନୀତ ହୋଇଥିବାବେଳେ ଲାସିଥ ମାଲିଙ୍ଗା ଏବଂ ଜସପ୍ରୀତ ବୁମରା ଦୁଇଜଣ ଦ୍ରୁତ ବୋଲର ଅଛନ୍ତି।

ସର୍ବକାଳୀନ ଆଇପିଏଲ୍ ଦଳ:

ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ବିରାଟ କୋହଲି, କ୍ରିସ ଗେଲ୍, ଡେଭିଡ ୱାର୍ଣ୍ଣର, ସୁରେଶ ରାଇନା, ଏବି ଡି’ଭିଲିୟର୍ସ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କାଇରନ ପୋଲାର୍ଡ, ରସିଦ ଖାନ, ସୁନୀଲ ନରିନ, ୟୁଜବେନ୍ଦ୍ର ଚହଲ, ଲସିଥ ମାଲିଙ୍ଗା ଏବଂ ଜସପ୍ରୀତ ବୁମରା।

#Odia#Odisha#News
Share Article:

Related Articles