ମହଙ୍ଗା ପଡ଼ିଲା ଅପରେସନ୍ ଥିଏଟରରେ ପ୍ରାକ୍ ବିବାହ ଫଟୋ ସୁଟ୍, ଡ଼ାକ୍ତର ବରଖାସ୍ତ
ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାର ଅପରେସନ୍ ଥିଏଟର ଭିତରେ ପ୍ରାକ୍ ବିବାହ ଫଟୋ ସୁଟ୍ ନେଇ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ଡାକ୍ତରଙ୍କୁ ବରଖାସ୍ତ କରାଯାଇଛି। ଭରମସାଗରର ଜିଲ୍ଲା ଡାକ୍ତରଖାନାରେ ଠିକା ଭିତ୍ତିରେ ନିଯୁକ୍ତି ପାଇଥିବା ଜଣେ ଡାକ୍ତରଙ୍କ ଫଟୋସୁଟ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ଉଠିଥିଲା । କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି, [...]
ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାର ଅପରେସନ୍ ଥିଏଟର ଭିତରେ ପ୍ରାକ୍ ବିବାହ ଫଟୋ ସୁଟ୍ ନେଇ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ଡାକ୍ତରଙ୍କୁ ବରଖାସ୍ତ କରାଯାଇଛି।
ଭରମସାଗରର ଜିଲ୍ଲା ଡାକ୍ତରଖାନାରେ ଠିକା ଭିତ୍ତିରେ ନିଯୁକ୍ତି ପାଇଥିବା ଜଣେ ଡାକ୍ତରଙ୍କ ଫଟୋସୁଟ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ଉଠିଥିଲା ।
କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି, ଚିତ୍ରଦୁର୍ଗର ଭରମସାଗର ସରକାରୀ ହସ୍ପିଟାଲର ଅପରେସନ୍ ଥିଏଟରରେ ପ୍ରାକ୍ ବିବାହ ଫଟୋ ସୁଟ୍ କରିଥିବା ଡାକ୍ତରଙ୍କୁ ସେବାରୁ ବରଖାସ୍ତ କରାଯାଇଛି । ସରକାରୀ ଡାକ୍ତରଖାନାରେ ଏଭଳି ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ।
ସେ କହିଛନ୍ତି, ସରକାରୀ ଡାକ୍ତରଖାନାରେ ଏପରି ବିଶୃଙ୍ଖଳାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ମୁଁ ସବୁ ଡାକ୍ତର ଏବଂ କର୍ମଚାରୀମାନଙ୍କୁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛି। ସମସ୍ତେ ମନେ ରଖିବା ଉଚିତ ଯେ ସରକାରୀ ଡାକ୍ତରଖାନା ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ।
ଭାଇରାଲ୍ ଭିଡିଓରେ ଡାକ୍ତର ଜଣେ ରୋଗୀର ‘ଅସ୍ତ୍ରୋପଚାର’ କରୁଥିବାବେଳେ ତାଙ୍କ ସାଥୀ ତାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଭିଡିଓ ଶେଷରେ, ଯେଉଁ ବ୍ୟକ୍ତିଙ୍କ ରୋଗୀ ଭାବେ ଅସ୍ତ୍ରୋପଚାର ହେଉଥିଲା, ସେ ‘ଅପରେସନ୍’ ପରେ ଉଠି ବସିଥିବା ଦେଖିବାକୁ ମିଳୁଛି। ଭିଡିଓରେ ପ୍ରାକ୍ ବିବାହ ଫଟୋ ସୁଟ୍ ପାଇଁ ଅପରେସନ୍ ଥିଏଟରରେ କ୍ୟାମେରା ଓ ଲାଇଟ୍ ସହିତ ଅନେକ ଲୋକ ଜମା ହୋଇଥିବା ଦେଖିବାକୁ ମିଳୁଛି |
ଛାତିରେ ଯନ୍ତ୍ରଣା ପରେ ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି
Next Articleମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
