News Room Odisha
BREAKING
Odisha

ମଟରଯାନ ଆଇନର ଖୋଲାଖୋଲି ଉଲ୍ଲଂଘନ: ଦେଶରେ ୫୦%ରୁ ଊର୍ଦ୍ଧ୍ୱ ଗାଡ଼ିର ହୋଇନି ବୀମା

ନୂଆଦିଲ୍ଲୀ – ମଟରଯାନ ଆଇନ ଅନୁସାରେ ସବୁ ଯାନବାହନର ବୀମା ହେବା ଉଚିତ । କିନ୍ତୁ ଏହି ନିୟମର ଖୋଲାଖୋଲି ଉଲ୍ଳଂଘନ ହେଉଛି । ଦେଶରେ ପ୍ରାୟ ୫୦%ରୁ ଊର୍ଦ୍ଧ୍ୱ ଗାଡ଼ି ବିନା ବୀମାରେ ଚାଲିଛି । ଭାରତର ଇନସୁରାନ୍ସ ଇନଫର୍ମସନ ବ୍ୟୁରୋ (ଆଇଆଇବି) ବାର୍ଷିକ ରିପୋର୍ଟରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଦିଆଯାଇଛି । ଏହି ରିପୋର୍ଟ ମୁତାବକ, ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଦେଶରେ ୫୭%ରୁ ଊର୍ଦ୍ଧ୍ୱ ଗାଡ଼ିର ବୀମା ହୋଇନଥିଲା । ବୀମାଭୁକ୍ତ ହୋଇନଥିବା ଗାଡ଼ି [...]

Admin•December 14, 2020
Share Article:

ନୂଆଦିଲ୍ଲୀ – ମଟରଯାନ ଆଇନ ଅନୁସାରେ ସବୁ ଯାନବାହନର ବୀମା ହେବା ଉଚିତ । କିନ୍ତୁ ଏହି ନିୟମର ଖୋଲାଖୋଲି ଉଲ୍ଳଂଘନ ହେଉଛି । ଦେଶରେ ପ୍ରାୟ ୫୦%ରୁ ଊର୍ଦ୍ଧ୍ୱ ଗାଡ଼ି ବିନା ବୀମାରେ ଚାଲିଛି । ଭାରତର ଇନସୁରାନ୍ସ ଇନଫର୍ମସନ ବ୍ୟୁରୋ (ଆଇଆଇବି) ବାର୍ଷିକ ରିପୋର୍ଟରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଦିଆଯାଇଛି । ଏହି ରିପୋର୍ଟ ମୁତାବକ, ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଦେଶରେ ୫୭%ରୁ ଊର୍ଦ୍ଧ୍ୱ ଗାଡ଼ିର ବୀମା ହୋଇନଥିଲା ।

ବୀମାଭୁକ୍ତ ହୋଇନଥିବା ଗାଡ଼ି ଭିତରୁ ଅଧିକାଂଶ ଦୁଇଚକିଆ ଯାନ । ପ୍ରାୟ ୬୬% ଦୁଇ ଚିକିଆ ଯାନର ବୀମା କରାଯାଇ ନାହିଁ । ଦେଶର ୧୫ଟି ରାଜ୍ୟରେ ବୀମା ହୋଇନଥିବା ଗାଡ଼ି ସଂଖ୍ୟା ଅଧିକ ବୋଲି ଆଇଆଇବି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅଧିକାଂଶ କ୍ଷେତ୍ରରେ ଗାଡ଼ି କିଣିବାର ପ୍ରଥମ ବର୍ଷ ପରେ ବୀମା ନବୀକରଣ କରାଯାଉ ନାହିଁ । ଯାନ ବୀମାକରଣ ନେଇ ଆଇଆଇବି ତରଫରୁ ଚଳିତ ବର୍ଷର ରିପୋର୍ଟ ଜାରି କରାଯାଇ ନାହିଁ । ଭାରତ ବିଶ୍ୱର ଅନ୍ୟତମ ବୃହତ୍ ଯାନ ନିର୍ମାଣକାରୀ ରାଷ୍ଟ୍ର । ଭାରତରେ ବାର୍ଷିକ ପ୍ରାୟ ୨୦ ମିଲିୟନରୁ ଊର୍ଦ୍ଧ୍ୱ ଯାନ ବିକ୍ରି ହୋଇଥାଏ । ସର୍ବାଧିକ ସଡ଼କ ଦୁର୍ଘଟଣା ଓ ତଦ୍‌ଜନିତ ମୃତ୍ୟୁରେ ମଧ୍ୟ ଭାରତ ଆଗରେ ରହିଛି ।

#Odisha#Odia#ଦେଶ#New MV Act
Share Article:

Related Articles

Newsroom•Sep 22, 2026
Odisha Govt Transfers 4 IPS Officers