ତେଜିଲା ‘ମାଳଦ୍ୱୀପ ବଏକଟ୍’ ଅଭିଯାନ: ମାଳଦ୍ୱୀପକୁ ସବୁ ଫ୍ଲାଇଟ୍ ବୁକିଂ ରଦ୍ଦ କଲା EaseMyTrip
ନୂଆଦିଲ୍ଲୀ: ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାଳଦ୍ୱୀପର ତିନି ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପରେ ମାଳଦ୍ୱୀପ ସରକାର ତିନି ମନ୍ତ୍ରୀ ଅବଦୁଲ୍ଲା ମହଜୁମ ମାଜିଦ୍, ମରିୟମ ଶିଉନା ଏବଂ ମାଲଶା ସରିଫଙ୍କୁ ନିଲମ୍ବିତ କରିଥିଲେ ମଧ୍ୟ ବିବାଦ ଥମୁନାହିଁ । ଭାରତରେ ଏବେ ‘ମାଳଦ୍ୱୀପ ବଏକଟ୍’ ଅଭିଯାନ ତୀବ୍ର ହୋଇଛି । ଏହି ବିବାଦ ମଧ୍ୟରେ [...]
ନୂଆଦିଲ୍ଲୀ: ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାଳଦ୍ୱୀପର ତିନି ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପରେ ମାଳଦ୍ୱୀପ ସରକାର ତିନି ମନ୍ତ୍ରୀ ଅବଦୁଲ୍ଲା ମହଜୁମ ମାଜିଦ୍, ମରିୟମ ଶିଉନା ଏବଂ ମାଲଶା ସରିଫଙ୍କୁ ନିଲମ୍ବିତ କରିଥିଲେ ମଧ୍ୟ ବିବାଦ ଥମୁନାହିଁ । ଭାରତରେ ଏବେ ‘ମାଳଦ୍ୱୀପ ବଏକଟ୍’ ଅଭିଯାନ ତୀବ୍ର ହୋଇଛି ।
ଏହି ବିବାଦ ମଧ୍ୟରେ EaseMyTrip ମାଳଦ୍ୱୀପ ପାଇଁ ହୋଇଥିବା ସମସ୍ତ ବିମାନ ବୁକିଂ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀର ପ୍ରତିଷ୍ଠାତା ନିଶାନ୍ତ ପିଟ୍ଟି ଏହି ସୂଚନା ଦେଇଛନ୍ତି । ସେ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, ଆମ ଦେଶ ପ୍ରତି ସହାନୁଭୂତି ପ୍ରଦର୍ଶନ ପୂର୍ବକ ଆମେ ମାଳଦ୍ୱୀପ ପାଇଁ ସବୁ ଫ୍ଲାଇଟ୍ ବୁକିଂ ରଦ୍ଦ କରୁଛୁ ।
In solidarity with our nation, @EaseMyTrip has suspended all Maldives flight bookings ✈️ #TravelUpdate #SupportingNation #LakshadweepTourism #ExploreIndianlslands #Lakshadweep#ExploreIndianIslands @kishanreddybjp @JM_Scindia @PMOIndia @tourismgoi @narendramodi @incredibleindia https://t.co/wIyWGzyAZY
— Nishant Pitti (@nishantpitti) January 7, 2024
ଛୁଟି କଟାଇବା ପାଇଁ ମାଳଦ୍ୱୀପ ଭାରତୀୟ ସେଲିବ୍ରିଟି ଓ ନାଗରିକଙ୍କ ଅନ୍ୟତମ ପସନ୍ଦର ସ୍ଥାନ । ଭାରତର ବହୁ ସଂଖ୍ୟାରେ ଲୋକ ମାଲଦ୍ୱୀପ ଯାତ୍ରା କରିଥାନ୍ତି । ହେଲେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମାଳଦ୍ୱୀପ ମନ୍ତ୍ରୀଙ୍କ ଅପମାନସୂଚକ ମନ୍ତବ୍ୟ ପରେ ସୋସିଆଲ ମିଡ଼ିଆରେ ‘ମାଳଦ୍ୱୀପ ବଏକଟ୍’ ଅଭିଯାନ ଜୋର୍ ଧରିଛି ।
କାହିଁକି ଏ ବିବାଦ ?
ମୋଟାମୋଟି ଭାବେ କହିବାକୁ ଗଲେ ସଦ୍ୟତମ ବିବାଦର ମୁଖ୍ୟ କାରଣ ହେଉଛି ପ୍ରଧାନମନ୍ତ୍ରୀଙ୍କ ମୋଦୀ ଓ ଭାରତ ବିରୋଧରେ ମାଳଦ୍ୱୀପ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ।
ତେବେ ପ୍ରଶ୍ନ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷଦ୍ବୀପ ଗସ୍ତ ପରେ ହିଁ ମାଳଦ୍ୱୀପ ମନ୍ତ୍ରୀମାନେ କାହିଁକି ପ୍ରତିକ୍ରିୟାଶୀଳ ହୋଇଥିଲେ ? ବାସ୍ତବରେ ପର୍ଯ୍ୟଟନ ପାଇଁ ଉଭୟ ମାଲଦ୍ୱୀପ ଏବଂ ଲକ୍ଷଦ୍ବୀପର ଗୁରୁତ୍ବ ରହିଛି । ମାଳଦ୍ୱୀପ, ଲକ୍ଷଦ୍ବୀପ ଠାରୁ ପ୍ରାୟ ୭୦୦ କିଲୋମିଟର ଏବଂ ଭାରତୀୟ ମୁଖ୍ୟ ଭୂଖଣ୍ଡ ଠାରୁ ୧୨୦୦ କିଲୋମିଟର ଦୂରରେ ଅବସ୍ଥିତ।
ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷଦ୍ବୀପ ଗସ୍ତରେ ଯାଇଥିଲେ । ମୋଦୀଙ୍କ ଲକ୍ଷଦ୍ବୀପ ଗସ୍ତର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଦ୍ୱୀପକୁ ବୁଲିବାକୁ ଆସିବା ପାଇଁ ଲୋକଙ୍କୁ ଅପିଲ କରିଥିଲେ। ଲକ୍ଷଦ୍ବୀପରେ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ଏକ ପ୍ରୟାସ ଥିଲା । କେହି କେହି ଏହାକୁ ମାଳଦ୍ୱୀପର ପର୍ଯ୍ୟଟନ ବିରୋଧରେ ଅଭିଯାନ ବୋଲି ମଧ୍ୟ ଧରିନେଇଥିଲେ ।
ମାଳଦ୍ୱୀପ ଯୁବ ସଶକ୍ତିକରଣ ମନ୍ତ୍ରୀ ମରିୟମ ଶିଉନା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷଦ୍ବୀପ ଗସ୍ତ ସମ୍ପର୍କିତ ପୋଷ୍ଟ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେ ମୋଦୀଙ୍କୁ ‘ଜୋକର’ ଓ ‘ଇସ୍ରାଏଲର ହାତବାରିସୀ’ ବୋଲି କହିଥିଲେ । ତାଙ୍କ ଟ୍ୱିଟକୁ ନେଇ ସମାଲୋଚନା ପରେ ସେ ଏହାକୁ ଡିଲିଟ୍ କରି ଦେଇଥିଲେ। ମାଳଦ୍ୱୀପର ଆଉ ଦୁଇ ମନ୍ତ୍ରୀ ମାଲଶା ସରିଫ ଏବଂ ମହଜୁମ ମାଜିଦ ମଧ୍ୟ ଭାରତ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷଦ୍ବୀପ ଗସ୍ତ ନେଇ ମାଲଦ୍ୱୀପର ସ୍ଥାନୀୟ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା । ମାଲଦ୍ୱୀପରେ ପର୍ଯ୍ୟଟନ ବିରୋଧରେ ଭାରତର ଏହା ଏକ ଅଭିଯାନ ବୋଲି କୁହାଯାଇଥଲା । ମାମଲା ଏତେ ବଢ଼ି ଯାଇଥିଲା ଯେ ମାଳଦ୍ୱୀପ ଏବଂ ଲକ୍ଷଦ୍ବୀପ ପର୍ଯ୍ୟଟନ ମଧ୍ୟରେ ତୁଳନା କରାଯାଇଥିଲା ।
ପାରମ୍ପରିକ ଭାବେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଭଲ ସମ୍ପର୍କ ରହିଆସିଛି । ତେବେ ନିକଟରେ ମହମ୍ମଦ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି । ମୁଇଜୁ ଚୀନର ନିକଟତର ବୋଲି କୁହାଯାଉଛି। ସେ ରାଷ୍ଟ୍ରପତି ହେବା ପରେ ନିଜ ଭାରତ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଦୁଇ ଦେଶ ମଧ୍ୟରେ ସଦ୍ୟତମ ବିବାଦର ଅନ୍ତରାଳେ ଏହା ମଧ୍ୟ ଏକ କାରଣ ।
ବ୍ରହ୍ମପୁରରେ ଗଡିଲା ଅର୍ପଣ ରଥ, ପୁରୀ ପଠାଯିବ ସଂଗୃହିତ ସାମଗ୍ରୀ
Next ArticleArpana Ratha Rolls On With Rousing Enthusiasm In Berhampur; People Line Up To Be Part of The Historic Event
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
