News Room Odisha
BREAKING
Odia

ଆମ୍ ଆଦମୀ ପାର୍ଟିର ପ୍ରଚାର ଗୀତକୁ ବ୍ୟାନ୍ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍)ର ପ୍ରଚାର ଗୀତ ‘ଜେଲ୍ କେ ଜବାବ ମେଁ ହମ୍ ଭୋଟ୍ ଦେଙ୍ଗେ’କୁ ନିର୍ବାଚନ କମିଶନ ବ୍ୟାନ୍ କରିଛନ୍ତିି । ଦଳ ରବିବାର ଦାବି କରିଛି ଯେ, ଏହି ପ୍ରଚାର ଗୀତ ଶାସକ ବିଜେପି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ଛବି ଖରାପ କରୁଥିବା ଦର୍ଶାଇ ନିର୍ବାଚନ କମିଶନ ଏହାକୁ ବ୍ୟାନ୍ କରିଛନ୍ତିି । ଆପର ଏହି ଆରୋପ ସମ୍ପର୍କରେ ନିର୍ବାଚନ କମିଶନ ଏପର୍ଯ୍ୟନ୍ତ କୌଣସି [...]

Admin•April 28, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍)ର ପ୍ରଚାର ଗୀତ ‘ଜେଲ୍ କେ ଜବାବ ମେଁ ହମ୍ ଭୋଟ୍ ଦେଙ୍ଗେ’କୁ ନିର୍ବାଚନ କମିଶନ ବ୍ୟାନ୍ କରିଛନ୍ତିି । ଦଳ ରବିବାର ଦାବି କରିଛି ଯେ, ଏହି ପ୍ରଚାର ଗୀତ ଶାସକ ବିଜେପି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ଛବି ଖରାପ କରୁଥିବା ଦର୍ଶାଇ ନିର୍ବାଚନ କମିଶନ ଏହାକୁ ବ୍ୟାନ୍ କରିଛନ୍ତିି ।

ଆପର ଏହି ଆରୋପ ସମ୍ପର୍କରେ ନିର୍ବାଚନ କମିଶନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ବରିଷ୍ଠ ଆପ୍ ନେତ୍ରୀ ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବୋଧହୁଏ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ କୌଣସି ଦଳର ପ୍ରଚାର ଗୀତ ଉପରେ କଟକଣା ଲଗାଇଛନ୍ତି। ନିର୍ବାଚନ କମିଶନ କହୁଛନ୍ତି ଏହି ଗୀତ ଶାସକ ଦଳ ତଥା ତଦନ୍ତକାରୀ ସଂସ୍ଥାର ଛବି ଖରାପ କରୁଛି। କିନ୍ତୁ ଏହି ଗୀତରେ ବିଜେପି ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମଧ୍ୟ କରୁନାହିଁ। ଏହି ଗୀତରେ ତଥ୍ୟ ସମ୍ବଳିତ ଭିଡ଼ିଓ ଏବଂ ଘଟଣାବଳୀ ରହିଛି। ”

ବିଜେପି ଦ୍ୱାରା କରାଯାଉଥିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଉପରେ କମିଶନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ଆତିଶୀ ଅଭିଯୋଗ କରିଛନ୍ତି।

ଆପ୍ ର ଏହି ଅଢେ଼ଇ ମିନିଟର‌ ପ୍ରଚାର ଗୀତ ଦଳୀୟ ବିଧାୟକ ଦିଲୀପ ପାଣ୍ଡେ ଲେଖିଛନ୍ତି ଏବଂ ଗାଇଛନ୍ତି। ଏହି ଗୀତ ଗୁରୁବାର ପାର୍ଟି ମୁଖ୍ୟାଳୟରେ ଜାରି କରାଯାଇଥିଲା।

#Odia#Odisha#News
Share Article:

Related Articles