News Room Odisha
BREAKING
Odia

ମମତା, କଙ୍ଗନାଙ୍କ ବିରୋଧରେ ମନ୍ତବ୍ୟ: ଦିଲୀପ ଘୋଷ, ସୁପ୍ରିୟା ଶ୍ରୀନେତଙ୍କୁ ଇସିର କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅଭିନେତ୍ରୀ କଙ୍ଗନା ରନାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଦିଲୀପ ଘୋଷ ଓ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କୁ ନିର୍ବାଚନ କମିଶନ ବୁଧବାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି କଙ୍ଗନାଙ୍କୁ ପ୍ରାର୍ଥୀ କରିଛି।ଘୋଷ ଏବଂ ଶ୍ରୀନେତଙ୍କ ମନ୍ତବ୍ୟକୁ ‘ଅଶୋଭନୀୟ ଓ ଅନୁଚିତ’ ବୋଲି କହିଛନ୍ତି ନିର୍ବାଚନ [...]

Admin•March 27, 2024
Share Article:

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅଭିନେତ୍ରୀ କଙ୍ଗନା ରନାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଦିଲୀପ ଘୋଷ ଓ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କୁ ନିର୍ବାଚନ କମିଶନ ବୁଧବାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ସାଧାରଣ ନିର୍ବାଚନ ପାଇଁ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି କଙ୍ଗନାଙ୍କୁ ପ୍ରାର୍ଥୀ କରିଛି।ଘୋଷ ଏବଂ ଶ୍ରୀନେତଙ୍କ ମନ୍ତବ୍ୟକୁ ‘ଅଶୋଭନୀୟ ଓ ଅନୁଚିତ’ ବୋଲି କହିଛନ୍ତି ନିର୍ବାଚନ କମିଶନ ।

କମିଶନ କହିଛନ୍ତି ଯେ, ପ୍ରଥମ ଦୃଷ୍ଟିରେ ଉଭୟଙ୍କ ମନ୍ତବ୍ୟ ଆଦର୍ଶ ଆଚରଣ ବିଧି ଏବଂ ନିର୍ବାଚନ ପ୍ରଚାର ସମୟରେ ଶାଳୀନତା ରକ୍ଷା କରିବାକୁ ରାଜନୈତିକ ଦଳମାନଙ୍କୁ ଦିଆଯାଇଥିବା ପରାମର୍ଶର ଉଲ୍ଲଂଘନ କରୁଛି। ଘୋଷ ଏବଂ ଶ୍ରୀନେତଙ୍କୁ ମାର୍ଚ୍ଚ ୨୯ ସନ୍ଧ୍ୟା ସୁଦ୍ଧା କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ କୁହାଯାଇଛି।

#Odia#Odisha#News
Share Article:

Related Articles