News Room Odisha
BREAKING
Odia

ଲୋକସଭା ନିର୍ବାଚନ ପୂର୍ବରୁ ରେକର୍ଡ ୪,୬୫୦ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଦେଶର ବିଭିନ୍ନ ସ୍ଥାନରୁ ଏଯାବତ୍ ରେକର୍ଡ ୪,୬୫୦ କୋଟି ଟଙ୍କା ନଗଦ ଜବତ କରିଛନ୍ତିି। ଜବତ ପରିମାଣ ୭୫ ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ବୋଲି କମିଶନ ସୋମବାର କହିଛନ୍ତି। ଗତ ମାର୍ଚ୍ଚ ୧ ତାରିଖରୁ ଦୈନିକ ୧୦୦ କୋଟି ଟଙ୍କା ଜବତ କରାଯାଇଛି । ଦେଶରେ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଆରମ୍ଭ ହେବ। ଜୁନ୍ ୪ରେ ଭୋଟ ଗଣତି ସହ ଫଳାଫଳ [...]

Admin•April 15, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଦେଶର ବିଭିନ୍ନ ସ୍ଥାନରୁ ଏଯାବତ୍ ରେକର୍ଡ ୪,୬୫୦ କୋଟି ଟଙ୍କା ନଗଦ ଜବତ କରିଛନ୍ତିି। ଜବତ ପରିମାଣ ୭୫ ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ବୋଲି କମିଶନ ସୋମବାର କହିଛନ୍ତି। ଗତ ମାର୍ଚ୍ଚ ୧ ତାରିଖରୁ ଦୈନିକ ୧୦୦ କୋଟି ଟଙ୍କା ଜବତ କରାଯାଇଛି । ଦେଶରେ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଆରମ୍ଭ ହେବ। ଜୁନ୍ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନରେ ଅର୍ଥବଳର ଦୁରୁପଯୋଗ ରୋକିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଧରପଗଡ ଜାରି ରହିଛି।

ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିବା ଧରପଗଡ ଅଭିଯାନରେ ଏପର୍ଯ୍ୟନ୍ତ ଜବତ ନଗଦ ପରିମାଣ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଜବତ ଟଙ୍କା (୩,୪୭୫ କୋଟି) ଠାରୁ ଢେର ଅଧିକ। ଜବତ ୪,୬୫୮ କୋଟି ମଧ୍ୟରୁ ୩୯୫ କୋଟି ଟଙ୍କା ନଗଦ ହୋଇଥିବା ବେଳେ ମଦ ପରିମାଣ ୪୮୦ କୋଟିରୁ ଅଧିକ ଅଟେ। ଜବତ ପ୍ରଲୋଭନ ସାମଗ୍ରୀ ମଧ୍ୟରୁ ୪୫ ପ୍ରତିଶତ ଡ୍ରଗ୍ସ ରହିଛି ବୋଲି ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

#Odia#Odisha#News
Share Article:

Related Articles