News Room Odisha
BREAKING
Odia

ପଶ୍ଚିମବଙ୍ଗରେ ପୁଣି ଇଡିର ଆକ୍ସନ, ମନ୍ତ୍ରୀଙ୍କ ସହ ଅନେକ ଟିଏମସି ନେତାଙ୍କ ଘରେ ଚଢ଼ାଉ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଆକ୍ସନ ମୋଡରେ ଇଡି । ମ୍ୟୁନିସିପାଲିଟି ସଂସ୍ଥାଗୁଡ଼ିକରେ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ସକାଳୁ ରାଜ୍ୟ ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋଷଙ୍କ ଘରେ ଚଢ଼ାଉ କରିଛି। କୋଲକାତା ସହ ରାଜ୍ୟର ଅନେକ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି ‌। ସୂଚନାନୁସାରେ, ଇଡି ସୁଜିତ ବୋଷଙ୍କ ସହ ଟିଏମସି ମୁଖପାତ୍ର ତଥା ବିଧାୟକ ତାପସ ରୟ ଏବଂ ଉତ୍ତର ଦମ୍ ଦମ୍ ପୌରପାଳିକାର ପୂର୍ବତନ ସଭାପତି ସୁବୋଧ ଚକ୍ରବର୍ତ୍ତୀ ଓ [...]

Admin•January 12, 2024
Share Article:

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଆକ୍ସନ ମୋଡରେ ଇଡି । ମ୍ୟୁନିସିପାଲିଟି ସଂସ୍ଥାଗୁଡ଼ିକରେ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ସକାଳୁ ରାଜ୍ୟ ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋଷଙ୍କ ଘରେ ଚଢ଼ାଉ କରିଛି। କୋଲକାତା ସହ ରାଜ୍ୟର ଅନେକ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି ‌।

ସୂଚନାନୁସାରେ, ଇଡି ସୁଜିତ ବୋଷଙ୍କ ସହ ଟିଏମସି ମୁଖପାତ୍ର ତଥା ବିଧାୟକ ତାପସ ରୟ ଏବଂ ଉତ୍ତର ଦମ୍ ଦମ୍ ପୌରପାଳିକାର ପୂର୍ବତନ ସଭାପତି ସୁବୋଧ ଚକ୍ରବର୍ତ୍ତୀ ଓ ବରିଷ୍ଠ ଟିଏମସି ନେତାଙ୍କ ଘରେ ତଲାସି କରୁଛି। ଏହି ଇଡି ରେଡ୍ ଏପରି ସମୟରେ ହେଉଛି ଯେତେବେଳେ କେନ୍ଦ୍ର ଏବଂ ରାଜ୍ୟର ଶାସକ ଦଳ ଟିଏମସି ମଧ୍ୟରେ ଜୋରଦାର ବାକଯୁଦ୍ଧ ଚାଲିଛି।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୫ ତାରିଖରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ ବେଳେ ଇଡି ଟିମ୍ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଇଡିର କିଛି ଅଧିକାରୀ ଆହତ ହୋଇଥିଲେ । ସେହି ଘଟଣା ପରଠୁ ଶାହାଜାହାନ ଶେଖ୍ ଫେରାର ଅଛନ୍ତି। ଇଡି ତାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ଇଡି ଏଫ୍ଆଇଆର୍ ଦାଖଲ କରିଥିଲା। ତେବେ ପଶ୍ଚିମବଙ୍ଗ ସରକାର ଇଡି ଅଧିକାରୀଙ୍କ ବିରୋଧରେ ଚୋରି, ଲୋକଙ୍କ ଉପରେ ଆକ୍ରମଣ ଏବଂ ମହିଳାଙ୍କୁ ଅପମାନିତ କରିଥିବା ନେଇ ପାଲଟା ଅଭିଯୋଗ କରିଥିଲେ ।

#Odia#Odisha#News
Share Article:

Related Articles