News Room Odisha
BREAKING
Odia

ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଅଷ୍ଟମ ସମନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ ଜାରି କରିଛି । କେଜ୍ରିୱାଲଙ୍କୁ ତଦନ୍ତକାରୀ ସଂସ୍ଥାର ଏହା ହେଉଛି ଅଷ୍ଟମ ସମନ। ଏହା ପୂର୍ବରୁ ଇଡିର ୭ଟି ନୋଟିସକୁ ଏଡ଼ାଇ ଦେଇଥିଲେ କେଜ୍ରିୱାଲ । ହେଲେ ଇଡି ପୁଣି ମଙ୍ଗଳବାର କେଜ୍ରିୱାଲଙ୍କୁ ନୋଟିସ୍ ପଠାଇଛି। ତାଙ୍କୁ ଜେରା ପାଇଁ ମାର୍ଚ୍ଚ ୪ରେ ହାଜର ହେବାକୁ କହିଛି। ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ କେଜ୍ରିୱାଲ ସୋମବାର [...]

Admin•February 27, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ ଜାରି କରିଛି । କେଜ୍ରିୱାଲଙ୍କୁ ତଦନ୍ତକାରୀ ସଂସ୍ଥାର ଏହା ହେଉଛି ଅଷ୍ଟମ ସମନ।

ଏହା ପୂର୍ବରୁ ଇଡିର ୭ଟି ନୋଟିସକୁ ଏଡ଼ାଇ ଦେଇଥିଲେ କେଜ୍ରିୱାଲ । ହେଲେ ଇଡି ପୁଣି ମଙ୍ଗଳବାର କେଜ୍ରିୱାଲଙ୍କୁ ନୋଟିସ୍ ପଠାଇଛି। ତାଙ୍କୁ ଜେରା ପାଇଁ ମାର୍ଚ୍ଚ ୪ରେ ହାଜର ହେବାକୁ କହିଛି। ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ କେଜ୍ରିୱାଲ ସୋମବାର ଅର୍ଥାତ୍ ଫେବୃଆରୀ ୨୬ରେ ମଧ୍ୟ ଇଡିରେ ହାଜର ହୋଇନଥିଲେ। ଇଡି ସମନର ଜବାବ ଦେଇ ଆପ୍ କହିଥିଲା ମାମଲା କୋର୍ଟରେ ଅଛି ‌। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ ହେବ । ତଥାପି ଇଡି ସମନ ପଠାଉଛି। ନିୟମିତ ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ ।

#Odia#Odisha#News
Share Article:

Related Articles