ବାଇଜୁସର ମାଲିକଙ୍କ ବିରୋଧରେ ଇଡିର ଲୁକ୍ଉଆଟ୍ ନୋଟିସ୍
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଡଟେକ୍ କମ୍ପାନୀ “ବାଇଜୁସ”ର ମାଲିକ ତଥା ସିଇଓ ବାଇଜୁ ରବ୍ରିନ୍ଦନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଇଡି ରବ୍ରିନ୍ଦନଙ୍କ ବିରୋଧରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗର ହୋଇଛି । ସେ ଯେପରି ଦେଶ ଛାଡ଼ି ନ ଯିବେ ସେଥିପାଇଁ ତାଙ୍କ ବିରୋଧରେ ଲୁକ୍ଉଆଟ୍ ନୋଟିସ୍ ଜାରି କରିବାକୁ ବ୍ୟୁରୋ ଅଫ୍ ଇମିଗ୍ରେସନ୍ (ବିଓଆଇ)କୁ କହିଛି ଇଡି । ରବିନ୍ଦ୍ରନଙ୍କ ବିରୋଧରେ ପୂର୍ବରୁ ‘ଏଲ୍ଓସି ଅନ୍ [...]
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଡଟେକ୍ କମ୍ପାନୀ “ବାଇଜୁସ”ର ମାଲିକ ତଥା ସିଇଓ ବାଇଜୁ ରବ୍ରିନ୍ଦନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଇଡି ରବ୍ରିନ୍ଦନଙ୍କ ବିରୋଧରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗର ହୋଇଛି । ସେ ଯେପରି ଦେଶ ଛାଡ଼ି ନ ଯିବେ ସେଥିପାଇଁ ତାଙ୍କ ବିରୋଧରେ ଲୁକ୍ଉଆଟ୍ ନୋଟିସ୍ ଜାରି କରିବାକୁ ବ୍ୟୁରୋ ଅଫ୍ ଇମିଗ୍ରେସନ୍ (ବିଓଆଇ)କୁ କହିଛି ଇଡି ।
ରବିନ୍ଦ୍ରନଙ୍କ ବିରୋଧରେ ପୂର୍ବରୁ ‘ଏଲ୍ଓସି ଅନ୍ ଇଣ୍ଟିମେସନ୍’ ଜାରି କରିସାରିଛି ଇଡି । ଯେତେବେଳେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଲ୍ଓସି ଅନ୍ ଇଣ୍ଟିମେସନ୍ ଜାରି ହୁଏ, ସେ ବିଦେଶ ଗସ୍ତରେ ଗଲେ ଏନେଇ ଇମିଗ୍ରେସନ୍ ଅଧିକାରୀ ତଦନ୍ତକାରୀ ସଂସ୍ଥାକୁ ସୂଚନା ଦିଅନ୍ତି । ତେବେ ଲୁକ୍ଉଆଟ୍ ନୋଟିସ୍ ଜାରି ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଶ ଛାଡ଼ି ଯିବାକୁ ଅନୁମତି ଦିଆଯିବ ନାହିଁ ।
ଇଡି ବାଇଜୁସ୍ ବିରୋଧରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗର ତଦନ୍ତ କରୁଛି। ଏହି ମାମଲାରେ ତିନି ମାସ ପୂର୍ବେ ଇଡି ରବିନ୍ଦ୍ରନ ଓ ଥିଙ୍କ୍ ଆଣ୍ଡ୍ ଲର୍ନ ପ୍ରାଇଭେଟ ଲିମିଟେଡକୁ ନୋଟିସ୍ ପଠାଇଥିଲା।ବାଇଜୁସ୍ ଫେମା ଆଇନ ଉଲ୍ଲଂଘନ କରି ଭାରତ ବାହାରେ ପୁଞ୍ଜି ନିବେଶ କରିଥିବା ଅଭିଯୋଗ ହୋଇଛି।
ଏକଦା ଅଗ୍ରଣୀ ଷ୍ଟାର୍ଟଅପ୍ କମ୍ପାନୀ ଭାବେ ପରିଗଣିତ ହେଉଥିବା ‘ବାଇଜୁସ’ର କ୍ଷତି ଏବେ ବଢ଼ିବାରେ ଲାଗିଛି । ୨୦୨୧ ଆର୍ଥିକ ବର୍ଷରେ କମ୍ପାନୀର କ୍ଷତି ଥିଲା ୪,୫୭୪ କୋଟି । ତେବେ ୨୦୨୨ ମସିହାରେ କ୍ଷତି ପରିମାଣ ପ୍ରାୟ ଦୁଇ ଗୁଣା ବଢ଼ି ୮,୨୪୫ କୋଟି ହୋଇଥିଲା । ଏବେ କମ୍ପାନୀ ନିଜ କର୍ମଚାରୀଙ୍କୁ ଦରମା ଦେବା ସ୍ଥିତିରେ ନାହିଁ ।
ଚଣ୍ଡୀପଦର ନର୍ସିଂ ସ୍କୁଲରେ ୧୩ ଛାତ୍ରୀ ଅସୁସ୍ଥ
Next ArticleNo One Can Stop Me Reaching Out to People: 5T Chairman
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
