News Room Odisha
BREAKING
Odia

କେଜ୍ରିୱାଲ ଆବେଦନକୁ ଇଡିର ବିରୋଧ, ଗିରଫଦାରିକୁ ଯଥାର୍ଥ କହିଲା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିରୋଧ କରିଛି। ଇଡି ବୁଧବାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେଜ୍ରିୱାଲଙ୍କ ଗିରଫଦାରିକୁ ଠିକ୍ ବୋଲି କହିଛି। ଇଡି ସୁପ୍ରିମକୋର୍ଟଙ୍କୁ କହିଛି ଯେ, ୯ ଥର ସମନ ପଠାଯିବା ସତ୍ତ୍ୱେ କେଜ୍ରିୱାଲ ଜେରା ପାଇଁ ହାଜର ହୋଇନଥିଲେ । ତାଙ୍କର ଏପରି ଆଭିମୁଖ୍ୟ ହିଁ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ଗିରଫ [...]

Admin•April 25, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିରୋଧ କରିଛି। ଇଡି ବୁଧବାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେଜ୍ରିୱାଲଙ୍କ ଗିରଫଦାରିକୁ ଠିକ୍ ବୋଲି କହିଛି।

ଇଡି ସୁପ୍ରିମକୋର୍ଟଙ୍କୁ କହିଛି ଯେ, ୯ ଥର ସମନ ପଠାଯିବା ସତ୍ତ୍ୱେ କେଜ୍ରିୱାଲ ଜେରା ପାଇଁ ହାଜର ହୋଇନଥିଲେ । ତାଙ୍କର ଏପରି ଆଭିମୁଖ୍ୟ ହିଁ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ଗିରଫ କରିବାର କାରଣ ଥିଲା। ଏହାଛଡ଼ା ତଦନ୍ତକାରୀ ଅଧିକାରୀ ସଂଗ୍ରହ କରିଥିବା ପ୍ରମାଣରୁ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ଦୋଷୀ ବୋଲି ସ୍ପଷ୍ଟ ହୋଇଛି ‌।

ଇଡି କହିଛି ଯେ କେଜ୍ରିୱାଲଙ୍କୁ ଆକ୍ରୋଶମୂଳକ ଭାବେ କିମ୍ବା ଅନ୍ୟ କୌଣସି କାରଣରୁ ଗିରଫ କରାଯାଇ ନାହିଁ। ଏକ ଅପରାଧର ତଦନ୍ତ କରିବା ଯେକୌଣସି ତଦନ୍ତକାରୀ ସଂସ୍ଥାର ଦାୟିତ୍ଵ । କେଜ୍ରିୱାଲଙ୍କ ଗିରଫଦାରୀ ମଧ୍ୟ ଅବକାରୀ ଦୁର୍ନୀତି ମାମଲାର ତଦନ୍ତର ଏକ ଅଂଶବିଶେଷ।

ଏପ୍ରିଲ ୧୫ରେ କେଜ୍ରିୱାଲଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏପ୍ରିଲ ୨୪ ସୁଦ୍ଧା ଜବାବ ଦାଖଲ କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ସେ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଅଛନ୍ତି।

#Odia#Odisha#News
Share Article:

Related Articles