News Room Odisha
BREAKING
Odia

ପଶ୍ଚିମବଙ୍ଗରେ ପୁଣି ଇଡି ଆକ୍ସନ, ଫେରାର ଟିଏମସି ନେତାଙ୍କ ଘରେ ଚଢ଼ାଉ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଇଡି ଆକ୍ସନ । ରାସନ ଦୁର୍ନୀତି ମାମଲାରେ ଇଡି ଟିମ୍ ବୁଧବାର ଫେରାର ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ କରିଛି। ସୂଚନାନୁସାରେ, ଇଡି ଟିମ୍ ଉତ୍ତର ୨୪ ପ୍ରଗଣା ସନ୍ଦେଶଖାଲି ସ୍ଥିତ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘର ତାଲା ଭାଙ୍ଗି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଇଡି ଟିମ୍ ସହ ସିଆରପିଏଫ୍ ମଧ୍ୟ ଉପସ୍ଥିତ ଥିଲା | ଶାହାଜାହାନ ଶେଖ ଗତ କିଛି ଦିନ ଧରି ଫେରାର [...]

Admin•January 24, 2024
Share Article:

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଇଡି ଆକ୍ସନ । ରାସନ ଦୁର୍ନୀତି ମାମଲାରେ ଇଡି ଟିମ୍ ବୁଧବାର ଫେରାର ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ କରିଛି। ସୂଚନାନୁସାରେ, ଇଡି ଟିମ୍ ଉତ୍ତର ୨୪ ପ୍ରଗଣା ସନ୍ଦେଶଖାଲି ସ୍ଥିତ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘର ତାଲା ଭାଙ୍ଗି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଇଡି ଟିମ୍ ସହ ସିଆରପିଏଫ୍ ମଧ୍ୟ ଉପସ୍ଥିତ ଥିଲା | ଶାହାଜାହାନ ଶେଖ ଗତ କିଛି ଦିନ ଧରି ଫେରାର ଅଛନ୍ତି। ତାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ ବେଳେ ଇଡି ଟିମ୍ ଉପରେ ତାଙ୍କ ସମର୍ଥକମାନେ ଆକ୍ରମଣ ହୋଇଥିଲା । ଏଥିରେ ଇଡିର କିଛି ଅଧିକାରୀ ଆହତ ହୋଇଥିଲେ।

ରାସନ ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବରରେ ତଦନ୍ତକାରୀ ସଂସ୍ଥା ପଶ୍ଚିମବଙ୍ଗ ସରକାରୀ ମନ୍ତ୍ରୀ ଜ୍ୟୋତି ପ୍ରିୟ ମଲିକଙ୍କୁ ଗିରଫ କରିଥିଲା। ମଲିକ ୨୦୧୧ ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଥିଲେ।

#Odia#Odisha#News
Share Article:

Related Articles