News Room Odisha
BREAKING
Odia

ରାସନ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗରେ ପୁଣି ଇଡ଼ି ଚଢ଼ାଉ

କୋଲକାତା: ପଶ୍ଚିମବଙ୍ଗରେ ବହୁ କୋଟି ଟଙ୍କାର ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ପୁଣି ମଙ୍ଗଳବାର ସକାଳେ କୋଲକାତାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଇଡି ଟିମ୍ ସଲ୍ଟ ଲେକ୍, କାଇଖାଲି, ମିର୍ଜା ଗାଲିବ ଛକ, ହାଓ୍ବଡା ସହ ଅନ୍ୟ କିଛି ସ୍ଥାନରେ ଚଢ଼ାଉ କରିଛନ୍ତିି । ଜଣେ ଇଡି ଅଧିକାରୀ କହିଛନ୍ତି, କିଛି ବ୍ୟବସାୟୀ ସହ ଏହି ଦୁର୍ନୀତି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟତମ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ପଶ୍ଚିମବଙ୍ଗରେ [...]

Admin•February 13, 2024
Share Article:

କୋଲକାତା: ପଶ୍ଚିମବଙ୍ଗରେ ବହୁ କୋଟି ଟଙ୍କାର ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ପୁଣି ମଙ୍ଗଳବାର ସକାଳେ କୋଲକାତାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଇଡି ଟିମ୍ ସଲ୍ଟ ଲେକ୍, କାଇଖାଲି, ମିର୍ଜା ଗାଲିବ ଛକ, ହାଓ୍ବଡା ସହ ଅନ୍ୟ କିଛି ସ୍ଥାନରେ ଚଢ଼ାଉ କରିଛନ୍ତିି । ଜଣେ ଇଡି ଅଧିକାରୀ କହିଛନ୍ତି, କିଛି ବ୍ୟବସାୟୀ ସହ ଏହି ଦୁର୍ନୀତି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟତମ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।

ପଶ୍ଚିମବଙ୍ଗରେ ରାସନ ବଣ୍ଟନରେ ଅନିୟମିତତା ଅଭିଯୋଗରେ ଏଯାବତ୍ ରାଜ୍ୟର ଜଣେ ମନ୍ତ୍ରୀଙ୍କ ସହ ଜଣେ ତୃଣମୂଳ କଂଗ୍ରେସ ନେତା ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି ।

#Odia#Odisha#News
Share Article:

Related Articles