News Room Odisha
BREAKING
Odia

ହେମନ୍ତ ସୋରେନଙ୍କ ବିଏମଡବ୍ଲୁ କାର୍ ଜବତ କଲା ଇଡି, ଡ଼୍ରାଇଭରଙ୍କୁ ବି ନେଇଗଲା

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବା ପାଇଁ ଇଡି ଟିମ୍ ସୋମବାର ତାଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଥିଲା । ହେଲେ ସୋରେନଙ୍କୁ ସେଠାରେ ନ‌ ପାଇ ଇଡି ଟିମ୍ ତାଙ୍କ ବାସଭବନରୁ କିଛି ଦଲିଲ ସହ ତାଙ୍କର ଏକ ବିଏମଡବ୍ଲୁ କାର୍ ଜବତ କରିଛି । ଏହାଛଡ଼ା ସୋରେନଙ୍କ ଡ୍ରାଇଭରକୁ ମଧ୍ୟ ସାଙ୍ଗରେ ନେଇଯାଇଛି ଇଡି ଟିମ୍। ବେଆଇନ ଜମି କ୍ରୟ- ବିକ୍ରୟ ମାମଲାରେ ପଚରାଉଚରା ପାଇଁ ଇଡି ମୁଖ୍ୟମନ୍ତ୍ରୀ [...]

Admin•January 30, 2024
Share Article:

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବା ପାଇଁ ଇଡି ଟିମ୍ ସୋମବାର ତାଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଥିଲା । ହେଲେ ସୋରେନଙ୍କୁ ସେଠାରେ ନ‌ ପାଇ ଇଡି ଟିମ୍

ତାଙ୍କ ବାସଭବନରୁ କିଛି ଦଲିଲ ସହ ତାଙ୍କର ଏକ ବିଏମଡବ୍ଲୁ କାର୍ ଜବତ କରିଛି । ଏହାଛଡ଼ା ସୋରେନଙ୍କ ଡ୍ରାଇଭରକୁ ମଧ୍ୟ ସାଙ୍ଗରେ ନେଇଯାଇଛି ଇଡି ଟିମ୍।

ବେଆଇନ ଜମି କ୍ରୟ- ବିକ୍ରୟ ମାମଲାରେ ପଚରାଉଚରା ପାଇଁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସମନ କରିଥିଲା । ଏଥିପାଇଁ ଜାନୁଆରୀ ୨୯ ରୁ ୩୧ ମଧ୍ୟରେ ଉପସ୍ଥିତ ରହିବାକୁ ସୋରେନଙ୍କୁ କହିଥିଲା ।

ଇଡି ଟିମ୍ ଝାଡ଼ଖଣ୍ଡ ସ୍ଥିତ ସୋରେନଙ୍କ ବାସଭବନ ଏବଂ ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନଙ୍କ ଘରେ ପହଞ୍ଚିଥିଲେ । ସେଠାରେ ବି ସୋରେନଙ୍କୁ ପାଇନଥିଲା କେନ୍ଦ୍ରୀୟ ସଂସ୍ଥା।

ସେପଟେ ବିଜେପି ଅଭିଯୋଗ କରିଛି ଯେ ଇଡି ଭୟରୁ ହେମନ୍ତ ସୋରେନ ଫେରାର ହୋଇଯାଇଛନ୍ତି। ବିଜେପିର ଏହି ଅଭିଯୋଗ ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ସୋରେନ ଦିଲ୍ଲୀରେ ହିଁ ଅଛନ୍ତି ।

ତାଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କହିଛି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବ୍ୟକ୍ତିଗତ କାମ ପାଇଁ ଦିଲ୍ଲୀ ଯାଇଛନ୍ତି। କିନ୍ତୁ ଇଡି ଟିମ୍ ସୋରେନଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ମଧ୍ୟ ପାଇନଥିଲା।

ସିଏମ୍ ସୋରେନ୍ ଇଡି ଅଧିକାରୀଙ୍କ ନିକଟକୁ ଏକ ଇମେଲ୍ ପଠାଇଥିବା ଦାବି ହେଉଛି। ଏହି ମେଲରେ ସେ ଇଡିଙ୍କୁ କହିଛନ୍ତି ଯେ ସେ ଜାନୁୟାରୀ ୩୧ରେ ଅପରାହ୍ନ ୧ଟାରେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେବେ

#Odia#Odisha#News
Share Article:

Related Articles