News Room Odisha
BREAKING
Odia

ମନି ଲଣ୍ଡରିଂ ମାମଲାରେ ଫାରୁକ୍ ଅବଦୁଲ୍ଲାଙ୍କୁ ଇଡି ନୋଟିସ୍, ଆଜି ଜେରା ପାଇଁ ହେବେ ହାଜର

ଜାମ୍ମୁ: ମନି ଲଣ୍ଡରିଂ ମାମଲାରେ ଇଡି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ସଭାପତି ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ନୋଟିସ୍ ଜାରି କରିଛି। ତାଙ୍କୁ ଆଜି ଜେରା ହାଜର ହେବାକୁ କହିଛି କେନ୍ଦ୍ରୀୟ ସଂସ୍ଥା। ଏହି ମାମଲାରେ ଅବଦୁଲ୍ଲାଙ୍କ ବିରୋଧରେ ଇଡି ୨୬ ଜୁଲାଇ ୨୦୨୨ରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହାଛଡ଼ା ଫାରୁକ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କ ପ୍ରାୟ ୨୧.୫୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରାଯାଇଥିଲା। [...]

Admin•January 11, 2024
Share Article:

ଜାମ୍ମୁ: ମନି ଲଣ୍ଡରିଂ ମାମଲାରେ ଇଡି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ସଭାପତି ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ନୋଟିସ୍ ଜାରି କରିଛି। ତାଙ୍କୁ ଆଜି ଜେରା ହାଜର ହେବାକୁ କହିଛି କେନ୍ଦ୍ରୀୟ ସଂସ୍ଥା।

ଏହି ମାମଲାରେ ଅବଦୁଲ୍ଲାଙ୍କ ବିରୋଧରେ ଇଡି ୨୬ ଜୁଲାଇ ୨୦୨୨ରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହାଛଡ଼ା ଫାରୁକ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କ ପ୍ରାୟ ୨୧.୫୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରାଯାଇଥିଲା। ସମ୍ପୃକ୍ତ ଅଧିକାରୀ କହିଛନ୍ତି ଯେ ଜମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ)ରେ ୪୩.୬୯ କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ଥିବା ଆଧାରରେ ଡକ୍ଟର ଫାରୁକଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି।

ଜମ୍ମୁ କାଶ୍ମୀରରେ କ୍ରିକେଟ୍ ତଥା ଆନୁଷଙ୍ଗିକ କାର୍ଯ୍ୟକଳାପର ବିକାଶ ପାଇଁ ବିସିସିଆଇ ୨୦୦୧-୧୨ ବର୍ଷ ମଧ୍ୟରେ‌ ଜେକେସିଏକୁ ୧୧୨ କୋଟି ଟଙ୍କା ପ୍ରଦାନ କରିଥିଲା। ସେତେବେଳେ ଡକ୍ଟର ଫାରୁକ୍ ଜେକେସିଏର ସଭାପତି ଥିଲେ। ଜେକେସିଏର ତତ୍କାଳୀନ ପଦାଧିକାରୀମାନେ ବିସିସିଆଇ ପ୍ରଦାନ କରିଥିବା ରାଶିରୁ ୪୬.୩ କୋଟି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।

#Odia#Odisha#News
Share Article:

Related Articles