ଗୁପ୍ତଚରଗିରି ଅଭିଯୋଗରେ ଗିରଫ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ଛାଡ଼ିଲା କାତାର
ନୂଆଦିଲ୍ଲୀ: ଗୁପ୍ତଚରଗିରି ଅଭିଯୋଗରେ କାତାର ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀ ମୁକ୍ତ ହୋଇଛନ୍ତି । ଭାରତ ପାଇଁ ଏହା ଏକ ବଡ଼ କୂଟନୈତିକ ବିଜୟ ଭାବେ ବିବେଚନା କରାଯାଉଛି । ଭାରତର ଆବେଦନ ପରେ ଏହି ନୌସେନା ଅଧିକାରୀ ମାନଙ୍କ ବିରୋଧରେ ମୃତ୍ୟୁଦଣ୍ଡ କୋହଳ କରାଯାଇ ଜେଲଦଣ୍ଡରେ ପରିଣତ କରାଯାଇଥିଲା । କତାର ନୌସେନା ଅଧିକାରୀଙ୍କୁ ମୁକ୍ତି ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି [...]
ନୂଆଦିଲ୍ଲୀ: ଗୁପ୍ତଚରଗିରି ଅଭିଯୋଗରେ କାତାର ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀ ମୁକ୍ତ ହୋଇଛନ୍ତି । ଭାରତ ପାଇଁ ଏହା ଏକ ବଡ଼ କୂଟନୈତିକ ବିଜୟ ଭାବେ ବିବେଚନା କରାଯାଉଛି । ଭାରତର ଆବେଦନ ପରେ ଏହି ନୌସେନା ଅଧିକାରୀ ମାନଙ୍କ ବିରୋଧରେ ମୃତ୍ୟୁଦଣ୍ଡ କୋହଳ କରାଯାଇ ଜେଲଦଣ୍ଡରେ ପରିଣତ କରାଯାଇଥିଲା । କତାର ନୌସେନା ଅଧିକାରୀଙ୍କୁ ମୁକ୍ତି ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଭାରତ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ୮ ନୌସେନା ଅଧିକାରୀଙ୍କ ମଧ୍ୟରୁ ୭ ଜଣ ସୋମବାର ସକାଳେ ଭାରତ ଫେରିଛନ୍ତି । କତାର ଅମୀରଙ୍କ ନିଷ୍ପତ୍ତି ପ୍ରଶଂସନୀୟ। ଯାହା ଦ୍ବାରା ଭାରତୀୟ ନାଗରିକଙ୍କ ମୁକ୍ତି ଏବଂ ସ୍ବଦେଶ ଫେରିବାକୁ ବାଟ ଫିଟିଛି।
ଦୋହା ସ୍ଥିତ ‘ଡହରା ଗ୍ଲୋବାଲ’ ନାମକ କମ୍ପାନୀରେ କାମ କରୁଥିବା ୮ ଭାରତୀୟ ନାଗରିକଙ୍କୁ ଅଗଷ୍ଟ ୨୦୨୨ରେ ଇସ୍ରାଏଲ ପାଇଁ ଗୁପ୍ତଚରଗିରି ଅଭିଯୋଗରେ ଗିରଫ କରାଯାଇଥିଲା। ଗତବର୍ଷ ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଏମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ତେବେ ଏହି ଭାରତୀୟ ନାଗରିକଙ୍କ ବିରୋଧରେ ଅଭିଯୋଗ କ’ଣ ତାହା କତାର ସାର୍ବଜନୀନ କରିନଥିଲା । ଭାରତ ଏହି ରାୟ ବିରୋଧରେ ଅପିଲ କରିଥିଲା । ଗିରଫ ହୋଇଥିବା ୮ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି ପୁର୍ଣ୍ଣେନ୍ଦୁ ତିୱାରୀ, ସୁଗୁନାକର ପାକାଲା, ଅମିତ ନାଗପାଲ, ସଞ୍ଜୀବ ଗୁପ୍ତା, ନବତେଜ ସିଂହ ଗିଲ, ବିରେନ୍ଦ୍ର କୁମାର ବର୍ମା, ସୌରଭ ବଶିଷ୍ଠ ଏବଂ ରାଗେଶ ଗୋପକୁମାର ।
ଆଜିଠାରୁ ୫ଟି ଜିଲ୍ଲାରେ ଗଡିବ ‘ଲକ୍ଷ୍ମୀ’ ବସ୍, ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ
Next ArticleCM Naveen to Flag Off Laxmi Bus Service In Five Districts Today
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
