News Room Odisha
BREAKING
Odia

କେନ୍ଦ୍ରକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ: ହ୍ବାଟସଆପରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ବନ୍ଦ କର

ନୂଆଦିଲ୍ଲୀ: ହ୍ବାଟସଆପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ କମିଶନ ଗୁରୁବାର ଆଇଟି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ସରକାରଙ୍କ ତରଫରୁ ‘ବିକଶିତ ଭାରତ’ ନାଁରେ ଲୋକଙ୍କ ନିକଟକୁ ହ୍ବାଟସଆପ୍ ବାର୍ତ୍ତା ପଠାଯାଉଥିବା ଅଭିଯୋଗ କରିଥିଲେ ବିରୋଧୀ । ଏହି ବାର୍ତ୍ତାରେ ସରକାର ନିଜର ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତେବେ ଏହା ନିର୍ବାଚନ ଆଚରଣ ବିଧିର [...]

Admin•March 21, 2024
Share Article:

ନୂଆଦିଲ୍ଲୀ: ହ୍ବାଟସଆପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ କମିଶନ ଗୁରୁବାର ଆଇଟି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ସରକାରଙ୍କ ତରଫରୁ ‘ବିକଶିତ ଭାରତ’ ନାଁରେ ଲୋକଙ୍କ ନିକଟକୁ ହ୍ବାଟସଆପ୍ ବାର୍ତ୍ତା ପଠାଯାଉଥିବା ଅଭିଯୋଗ କରିଥିଲେ ବିରୋଧୀ । ଏହି ବାର୍ତ୍ତାରେ ସରକାର ନିଜର ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତେବେ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିରୋଧୀ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ।

କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ନିର୍ବାଚନ କମିଶନଙ୍କୁ ନିଜ ଜବାବରେ କହିଛି ଯେ, ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବାର୍ତ୍ତା ପଠାଯାଇଥିଲା । କିନ୍ତୁ ସିଷ୍ଟମ ଏବଂ ନେଟୱାର୍କ ସମସ୍ୟା ଯୋଗୁଁ କିଛି ଲୋକଙ୍କ ପାଖରେ ଏହା ବିଳମ୍ବରେ ପହଞ୍ଚିଥିଲା।

#Odia#Odisha#News
Share Article:

Related Articles