News Room Odisha
BREAKING
Odia

ପ୍ରଥମ ପାଞ୍ଚଟି ପର୍ଯ୍ୟାୟର ଆସନଓ୍ବାରି ଭୋଟ ସଂଖ୍ୟା ସମ୍ପର୍କିତ ତଥ୍ୟ ଜାରି କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶନିବାର ପ୍ରଥମ ପାଞ୍ଚଟି ପର୍ଯ୍ୟାୟର ଆସନଓ୍ବାରି ପଡ଼ିଥିବା ଭୋଟ ସଂଖ୍ୟା ସମ୍ପର୍କିତ ତଥ୍ୟ ଜାରି କରିଛନ୍ତି । ଏଥିସହ କମିଶନ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଏକ ମିଛ ଧାରଣା ସୃଷ୍ଟି କରାଯାଉଛି। ପଡ଼ିଥିବା ଭୋଟ୍ ସଂଖ୍ୟାରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କମିଶନ କହିଛନ୍ତି। ୱେବସାଇଟରେ ବୁଥ୍ଓ୍ବାରି ମତଦାନ ତଥ୍ୟ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏକ ବେସରକାରୀ ସଂଗଠନ (ଏନଜିଓ) [...]

Admin•May 25, 2024
Share Article:

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶନିବାର ପ୍ରଥମ ପାଞ୍ଚଟି ପର୍ଯ୍ୟାୟର ଆସନଓ୍ବାରି ପଡ଼ିଥିବା ଭୋଟ ସଂଖ୍ୟା ସମ୍ପର୍କିତ ତଥ୍ୟ ଜାରି କରିଛନ୍ତି । ଏଥିସହ କମିଶନ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଏକ ମିଛ ଧାରଣା ସୃଷ୍ଟି କରାଯାଉଛି। ପଡ଼ିଥିବା ଭୋଟ୍ ସଂଖ୍ୟାରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କମିଶନ କହିଛନ୍ତି।

ୱେବସାଇଟରେ ବୁଥ୍ଓ୍ବାରି ମତଦାନ ତଥ୍ୟ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏକ ବେସରକାରୀ ସଂଗଠନ (ଏନଜିଓ) କରିଥିବା ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହାର ଦିନକ ପରେ ନିର୍ବାଚନ କମିଶନ ପ୍ରତି ଲୋକସଭା ଆସନ ଅନୁଯାୟୀ ପଡ଼ିଥିବା ଭୋଟ୍ ସଂଖ୍ୟା ଜାରି କରିଛନ୍ତି।

ପ୍ରତି ସଂସଦୀୟ କ୍ଷେତ୍ରରେ ମୋଟ ମତଦାତାଙ୍କ ସଂଖ୍ୟାକୁ ସାମିଲ କରିବା ପାଇଁ ମତଦାନ ତଥ୍ୟର ଫର୍ମାଟକୁ ଆହୁରି ବିସ୍ତାର କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି।

ଯେଉଁମାନେ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି ସେମାନଙ୍କୁ ନିର୍ବାଚକ (ଇଲେକ୍ଟର) କୁହାଯାଏ । ତେବେ ଯେଉଁମାନେ ପ୍ରକୃତରେ ନିର୍ବାଚନରେ ଭୋଟ୍ ଦିଅନ୍ତି ସେମାନେ ହେଉଛନ୍ତି ମତଦାତା (ଭୋଟର) | ନିର୍ବାଚନ କମିଶନ ଅଦ୍ୟାବଧି କେବଳ ମତଦାନ ପ୍ରତିଶତ ଜାରି କରୁଥିଲେ। ତେବେ ପ୍ରତି ପର୍ଯ୍ୟାୟରେ ପ୍ରକୃତ ଭୋଟରଙ୍କ ସଂଖ୍ୟା ସାର୍ବଜନୀନ କରିବାକୁ ଦାବି ହେଉଥିଲା ।

#Odia#Odisha#News
Share Article:

Related Articles