News Room Odisha
BREAKING
Odia

ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ହେଲେ ତା’ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଶନିବାର ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଗୋଏଲଙ୍କ ଇସ୍ତଫା ସହିତ ବର୍ତ୍ତମାନ ଖାଲି ପଡ଼ିଥିବା ନିର୍ବାଚନ କମିଶନର ପଦ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ଗୋଏଲ ଜଣେ ଅବସରପ୍ରାପ୍ତ ପଞ୍ଜାବ [...]

Admin•March 9, 2024
Share Article:

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ହେଲେ ତା’ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଶନିବାର ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଗୋଏଲଙ୍କ ଇସ୍ତଫା ସହିତ ବର୍ତ୍ତମାନ ଖାଲି ପଡ଼ିଥିବା ନିର୍ବାଚନ କମିଶନର ପଦ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି ।

ଗୋଏଲ ଜଣେ ଅବସରପ୍ରାପ୍ତ ପଞ୍ଜାବ କ୍ୟାଡର୍ ଆଇଏଏସ୍ ଅଧିକାରୀ। ସେ ନଭେମ୍ବର ୨୦୨୨ରେ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ତେବେ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ତରଫରୁ ତାଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଆଉ କିଛି ଦିନ ପରେ ଏନେଇ ଘୋଷଣା ହେବ କାର୍ଯ୍ୟସୂଚୀ ।

#Odia#Odisha#News
Share Article:

Related Articles