News Room Odisha
BREAKING
Odia

ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଫେବୃଆରୀ ୨୯ ଯାଏଁ ସ୍ଥଗିତ, ଆଜି କ୍ୟାଣ୍ଡଲ ଶୋଭାଯାତ୍ରା

ଚଣ୍ଡିଗଡ଼: ଏମ୍ଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟ ଦାବି ନେଇ ବିକ୍ଷୋଭରତ କୃଷକ ସଂଗଠନ ଗୁଡ଼ିକ ନିଜ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ଫେବୃଆରୀ ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ‌। କୃଷକ ନେତାମାନେ କହିଛନ୍ତି ଯେ ପରବର୍ତ୍ତୀ ରଣନୀତି ସମ୍ପର୍କରେ ଫେବୃଆରୀ ୨୯ରେ ନିଷ୍ପତ୍ତି ନିଆଯିବ । ମୃତ ଯୁବ ଚାଷୀ ଶୁଭକରନ ସିଂଙ୍କ ସ୍ମୃତିରେ ବିକ୍ଷୋଭରତ ଚାଷୀ ଆଜି ‘କ୍ୟାଣ୍ଡଲ ଶୋଭାଯାତ୍ରା’ କରିବେ । ଦୁଇ ଦିନ ପରେ କେନ୍ଦ୍ର ସରକାରଙ୍କ କୁଶପୁତ୍ତଳିକା ଦାହ [...]

Admin•February 24, 2024
Share Article:

ଚଣ୍ଡିଗଡ଼: ଏମ୍ଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟ ଦାବି ନେଇ ବିକ୍ଷୋଭରତ କୃଷକ ସଂଗଠନ ଗୁଡ଼ିକ ନିଜ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ଫେବୃଆରୀ ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ‌। କୃଷକ ନେତାମାନେ କହିଛନ୍ତି ଯେ ପରବର୍ତ୍ତୀ ରଣନୀତି ସମ୍ପର୍କରେ ଫେବୃଆରୀ ୨୯ରେ ନିଷ୍ପତ୍ତି ନିଆଯିବ । ମୃତ ଯୁବ ଚାଷୀ ଶୁଭକରନ ସିଂଙ୍କ ସ୍ମୃତିରେ ବିକ୍ଷୋଭରତ ଚାଷୀ ଆଜି ‘କ୍ୟାଣ୍ଡଲ ଶୋଭାଯାତ୍ରା’ କରିବେ । ଦୁଇ ଦିନ ପରେ କେନ୍ଦ୍ର ସରକାରଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି କୃଷକ ନେତାମାନେ ଘୋଷଣା କରିଛନ୍ତି।

ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣରାଜନୈତିକ) ଓ କିସାନ ମଜଦୁର ମୋର୍ଚ୍ଚା (କେଏମଏମ) ଏହି ନିଷ୍ପତ୍ତି ନେଇଛନ୍ତି। ଉଭୟ ସଂଗଠନ ଚଳିତ କୃଷକଙ୍କ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି। ଏହି ଦୁଇ ସଂଗଠନ ଆହ୍ବାନ କ୍ରମେ ହଜାର ହଜାର ଚାଷୀ ହରିୟାଣା ଓ ପଞ୍ଜାବ ମଧ୍ୟରେ ଥିବା ଶମ୍ଭୁ ଓ ଖନୌରୀ ସୀମାରେ ଡେରା ପକାଇଛନ୍ତି ।

ଖନୌରୀରେ ସୁରକ୍ଷା କର୍ମୀ ସହ ସଂଘର୍ଷରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଏବଂ ପ୍ରାୟ ୧୨ ଜଣ ପୋଲିସ କର୍ମଚାରୀ ଆହତ ପରେ କୃଷକ ଦୁଇ ଦିନ ପାଇଁ ‘ଦିଲ୍ଲୀ ଚାଲୋ’ ଅଭିଯାନ ସ୍ଥଗିତ ରଖିଥିଲେ ।

#Odia#Odisha#News
Share Article:

Related Articles