ପଞ୍ଚମ ଦିନରେ କୃଷକ ଆନ୍ଦୋଳନ, ଆଜି ବିଜେପି ନେତାଙ୍କ ଘର ଆଗରେ ଧାରଣା ଦେବେ ଚାଷୀ
ଚଣ୍ଡିଗଡ଼: ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ କୃଷକଙ୍କ ଆନ୍ଦୋଳନ ଶନିବାର ପଞ୍ଚମ ଦିନରେ ପହଞ୍ଚିଛି । ଭାରତ କିସାନ ୟୁନିଅନ (ଏକତା ଉଗରାହାଁ) ଆଜି ପଞ୍ଜାବର ତିନି ବରିଷ୍ଠ ବିଜେପି ନେତାଙ୍କ ବାସଭବନ ବାହାରେ ଧାରଣା ଦେବ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜ୍ୟ ବିଜେପି ମୁଖ୍ୟ ସୁନୀଲ ଜାଖର ଏବଂ ବରିଷ୍ଠ ନେତା କେୱାଲ ସିଂ ଧିଲୋଁଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରିବେ କୃଷକ । [...]
ଚଣ୍ଡିଗଡ଼: ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ କୃଷକଙ୍କ ଆନ୍ଦୋଳନ ଶନିବାର ପଞ୍ଚମ ଦିନରେ ପହଞ୍ଚିଛି । ଭାରତ କିସାନ ୟୁନିଅନ (ଏକତା ଉଗରାହାଁ) ଆଜି ପଞ୍ଜାବର ତିନି ବରିଷ୍ଠ ବିଜେପି ନେତାଙ୍କ ବାସଭବନ ବାହାରେ ଧାରଣା ଦେବ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜ୍ୟ ବିଜେପି ମୁଖ୍ୟ ସୁନୀଲ ଜାଖର ଏବଂ ବରିଷ୍ଠ ନେତା କେୱାଲ ସିଂ ଧିଲୋଁଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରିବେ କୃଷକ । ଏହାଛଡ଼ା କୃଷକଙ୍କ ‘ଦିଲ୍ଲୀ ଚଲୋ’ ଡାକରାକୁ ସମର୍ଥନ କରି ଏହି ୟୁନିଅନ୍ ରାଜ୍ୟର ଟୋଲ୍ ପ୍ଲାଜା ଗୁଡ଼ିକରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବ ।
ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣ-ରାଜନୈତିକ) ଏବଂ କିସାନ ମଜଦୂର ମୋର୍ଚ୍ଚାର ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଅଧୀନରେ ବିକ୍ଷୋଭକାରୀ କୃଷକମାନେ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ର ଆଇନଗତ ଗ୍ୟାରେଣ୍ଟି ସମେତ ସେମାନଙ୍କ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ ଓ ହରିୟାଣାର ଦୁଇଟି ସୀମାରେ ଗତ ପାଞ୍ଚ ଦିନ ଧରି ଡେରା ପକାଇଛନ୍ତି ।
ପଞ୍ଜାବର କୃଷକମାନେ ମଙ୍ଗଳବାର ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ହେଲେ ହରିୟାଣା-ପଞ୍ଜାବ ସୀମାର ଶମ୍ଭୁ ଏବଂ ଖାନୌରି ଠାରେ ସୁରକ୍ଷା ବାହିନୀ ସେମାନଙ୍କୁ ଅଟକାଇଥିଲେ। ସେବେଠାରୁ ବିକ୍ଷୋଭକାରୀମାନେ ଏହି ଦୁଇଟି ସୀମାରେ ଅଟକି ରହିଛନ୍ତି ।
ହରିୟାଣା ସ୍ଥିତ ଗୁରୁନାମ ସିଂ ଚଢୁନିଙ୍କ ନେତୃତ୍ୱାଧୀନ ଭାରତ କିସାନ ୟୁନିଅନ (ଚଢୁନି) ଶନିବାର ଆନ୍ଦୋଳନକାରୀ ଚାଷୀଙ୍କ ସହ ଟ୍ରାକ୍ଟର ରାଲି ବାହାର କରିବ।
ମାନସିକ ଅବସାଦରେ ଜୀବନ ହରିଲା ପୁଅ
Next Articleଚୌଦ୍ୱାରରେ ୱେଲସ୍ପନ ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ , ୧୦ ହଜାର ନିଯୁକ୍ତି ସୁଯୋଗ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
