କେଓ୍ବାଇସି ଅସମ୍ପୂର୍ଣ୍ଣ ଥିଲେ ଜାନୁଆରୀ ୩୧ ପରେ ନିଷ୍କ୍ରିୟ ହୋଇଯିବ ଫାଷ୍ଟାଗ୍
ନୂଆଦିଲ୍ଲୀ: ଆକାଉଣ୍ଟରେ ଅର୍ଥରାଶି ଥିଲେ ମଧ୍ୟ ଯଦି କେଓ୍ବାଇସି ଅସମ୍ପୂର୍ଣ୍ଣ ଥିବ, ତେବେ ଜାନୁୟାରୀ ୩୧ ପରେ ସମ୍ପୃକ୍ତ ଫାଷ୍ଟାଗ୍ ନିଷ୍କ୍ରିୟ ହୋଇଯିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ସୋମବାର କହିଛି। ଏକାଧିକ ଯାନ ପାଇଁ ଗୋଟିଏ ଫାଷ୍ଟାଗ୍ ର ବ୍ୟବହାର କିମ୍ବା ସେହି ନିର୍ଦ୍ଦିଷ୍ଟ ଯାନ ସହ ଏକାଧିକ ଫାଷ୍ଟାଗ୍ ଲିଙ୍କ୍ ରୋକିବାକୁ ଏନ୍ଏଚ୍ଏଆଇ ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟାଗ୍’ ନୀତି ଆରମ୍ଭ କରିଛି | ରାଷ୍ଟ୍ରାୟତ୍ତ ସଂସ୍ଥା ଏନ୍ଏଚ୍ଏଆଇ ଏକ ବିବୃତ୍ତିରେ କହିଛି, [...]
ନୂଆଦିଲ୍ଲୀ: ଆକାଉଣ୍ଟରେ ଅର୍ଥରାଶି ଥିଲେ ମଧ୍ୟ ଯଦି କେଓ୍ବାଇସି ଅସମ୍ପୂର୍ଣ୍ଣ ଥିବ, ତେବେ ଜାନୁୟାରୀ ୩୧ ପରେ ସମ୍ପୃକ୍ତ ଫାଷ୍ଟାଗ୍ ନିଷ୍କ୍ରିୟ ହୋଇଯିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ସୋମବାର କହିଛି।
ଏକାଧିକ ଯାନ ପାଇଁ ଗୋଟିଏ ଫାଷ୍ଟାଗ୍ ର ବ୍ୟବହାର କିମ୍ବା ସେହି ନିର୍ଦ୍ଦିଷ୍ଟ ଯାନ ସହ ଏକାଧିକ ଫାଷ୍ଟାଗ୍ ଲିଙ୍କ୍ ରୋକିବାକୁ ଏନ୍ଏଚ୍ଏଆଇ ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟାଗ୍’ ନୀତି ଆରମ୍ଭ କରିଛି |
ରାଷ୍ଟ୍ରାୟତ୍ତ ସଂସ୍ଥା ଏନ୍ଏଚ୍ଏଆଇ ଏକ ବିବୃତ୍ତିରେ କହିଛି, ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ ଅନୁଯାୟୀ ଫାଷ୍ଟାଗ୍ ବ୍ୟବହାର କରୁଥିବା ଡ୍ରାଇଭର ମାନଙ୍କୁ ସେମାନଙ୍କ ଫାଷ୍ଟାଗର କେଓ୍ବାଇସି ପ୍ରକ୍ରିୟା ଜାନୁଆରୀ ୩୧ ପୂର୍ବରୁ ଶେଷ କରିବାକୁ ପ୍ରୋତ୍ସାହିତ କରାଯାଉଛି ।
କୌଣସି ସମସ୍ୟା ଏଡାଇବା ପାଇଁ ଗ୍ରାହକଙ୍କୁ ସେମାନଙ୍କ ନୂଆ ଫାଷ୍ଟାଗର କେଓ୍ବାଇସି ସମ୍ପୂର୍ଣ୍ଣ କରିବା ଜରୁରି । ଏହା ସହ ଗ୍ରାହକ ମାନଙ୍କୁ ମଧ୍ୟ ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟାଗ୍’ ନୀତି ପାଳନ କରିବାକୁ କୁହାଯାଇଛି । ସେମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପୂର୍ବରୁ ଜାରି ସମସ୍ତ ଫାଷ୍ଟାଗ୍ ହଟାଇବାକୁ ପଡ଼ିବ ।
ଏନ୍ଏଚ୍ଏଆଇ କହିଛି, “କେବଳ ନୂଆ ଫାଷ୍ଟାଗ୍ ଆକାଉଣ୍ଟ ସକ୍ରିୟ ରହିବ, କାରଣ ପୂର୍ବ ଫାଷ୍ଟାଗ୍ ଗୁଡିକ ଜାନୁଆରୀ ୩୧ ପରେ ନିଷ୍କ୍ରିୟ କିମ୍ବା ବ୍ଲାକଲିଷ୍ଟ ହୋଇଯିବ।
ଏ ସମ୍ପର୍କରେ କୌଣସି ସହାୟତା କିମ୍ବା ସୂଚନା ପାଇଁ ଫାଷ୍ଟାଗ୍ ବ୍ୟବହାରକାରୀମାନେ ସେମାନଙ୍କ ନିକଟତମ ଟୋଲ୍ ପ୍ଲାଜା କିମ୍ବା ସଂପୃକ୍ତ ବ୍ୟାଙ୍କ ଗୁଡିକର ଟୋଲ୍ ଫ୍ରି ଗ୍ରାହକ ସେବା ନମ୍ବରରେ ଯୋଗାଯୋଗ କରିପାରିବେ |
ଗୋଟିଏ ଗାଡ଼ି ପାଇଁ ଏକାଧିକ ଫାଷ୍ଟାଗ୍ ଦିଆଯାଉଥିବା ଏବଂ ଆରବିଆଇ ଆଦେଶର ଉଲ୍ଲଂଘନ କରି କେଓ୍ବାଇସି ବିନା ଫାଷ୍ଟାଗ୍ ଜାରି କରାଯିବା ପରେ ଏନ୍ଏଚ୍ଏଆଇ ଏହି ପଦକ୍ଷେପ ନେଇଛି |
BJD Appoints Constituency Observers for Puri District
Next Articleପୁରୀ ଜିଲ୍ଲା ପାଇଁ ଚାରି ନୂଆ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
