News Room Odisha
BREAKING
Odia

ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ: ଜଣେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରପ୍ପାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ୟେଦିୟୁରପ୍ପାଙ୍କ ବିରୋଧରେ ପକ୍ସୋ ଦଫା ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ଫେବୃଆରୀ ୨ରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଅନ୍ୟ ଏକ ଯୌନ ନିର୍ଯାତନା ମାମଲାରେ ସହାୟତା ମାଗିବାକୁ ୟେଦିୟୁରପ୍ପାଙ୍କ ନିକଟକୁ ଯାଇଥିଲେ । ତେବେ ୟେଦିୟୁରପ୍ପା ନାବାଳିକାକୁ ତାଙ୍କ ରୁମକୁ ଟାଣି ନେଇ [...]

Admin•March 15, 2024
Share Article:

ବେଙ୍ଗାଲୁରୁ: ଜଣେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରପ୍ପାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ୟେଦିୟୁରପ୍ପାଙ୍କ ବିରୋଧରେ ପକ୍ସୋ ଦଫା ଅନୁଯାୟୀ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁସାରେ, ଫେବୃଆରୀ ୨ରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଅନ୍ୟ ଏକ ଯୌନ ନିର୍ଯାତନା ମାମଲାରେ ସହାୟତା ମାଗିବାକୁ ୟେଦିୟୁରପ୍ପାଙ୍କ ନିକଟକୁ ଯାଇଥିଲେ । ତେବେ ୟେଦିୟୁରପ୍ପା ନାବାଳିକାକୁ ତାଙ୍କ ରୁମକୁ ଟାଣି ନେଇ ଯୌନ ନିର୍ଯାତନା ଦେଇଥିଲେ । ପୀଡ଼ିତା ବାହାରକୁ ଦୌଡ଼ି ଆସି ତାର ମା’କୁ ଏହା ଜଣାଇଥିଲା ।

ପୀଡିତାର ଅଭିଯୋଗ ଆଧାରରେ ପୋଲିସ ପକ୍ସୋ ଓ ୩୫୪ (ଏ) ଦଫା ଅଧୀନରେ ୟେଦିୟୁରପ୍ପାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଏହି ଅଭିଯୋଗ ନେଇ ୟେଦିୟୁରପ୍ପା କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

#Odia#Odisha#News
Share Article:

Related Articles