News Room Odisha
BREAKING
Odia

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର ଶାସ୍ତ୍ରୀ କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ

ଲକ୍ଷ୍ନୌ: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର ଶାସ୍ତ୍ରୀ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଶାସ୍ତ୍ରୀ ବୁଧବାର ଲକ୍ଷ୍ନୌରେ ରାଜ୍ୟ ବିଜେପି ସଭାପତି ଭୁପିନ୍ଦର ସିଂହ ଏବଂ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ବିଭାକର ଶାସ୍ତ୍ରୀ ଏହା ପୂର୍ବରୁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଥିଲେ।ସୋସିଆଲ ମିଡିଆ ପ୍ଲାଟଫର୍ମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମ୍ବୋଧିତ ଏକ ପୋଷ୍ଟରେ ସେ ଦଳରୁ ଇସ୍ତଫା ଘୋଷଣା କରିଥିଲେ [...]

Admin•February 14, 2024
Share Article:

ଲକ୍ଷ୍ନୌ: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର ଶାସ୍ତ୍ରୀ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଶାସ୍ତ୍ରୀ ବୁଧବାର ଲକ୍ଷ୍ନୌରେ ରାଜ୍ୟ ବିଜେପି ସଭାପତି ଭୁପିନ୍ଦର ସିଂହ ଏବଂ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।

ବିଭାକର ଶାସ୍ତ୍ରୀ ଏହା ପୂର୍ବରୁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଥିଲେ।ସୋସିଆଲ ମିଡିଆ ପ୍ଲାଟଫର୍ମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମ୍ବୋଧିତ ଏକ ପୋଷ୍ଟରେ ସେ ଦଳରୁ ଇସ୍ତଫା ଘୋଷଣା କରିଥିଲେ ।

ସେ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ଥିଲେ। ବିଭାକର ଶାସ୍ତ୍ରୀ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ଏବଂ ହରି କୃଷ୍ଣ ଶାସ୍ତ୍ରୀଙ୍କ ପୁଅ। ସେ ଏହା ପୂର୍ବରୁ ଉତ୍ତର ପ୍ରଦେଶର ଫତେହପୁର ଲୋକସଭା ଆସନରୁ ନିର୍ବାଚନର ଲଢ଼ିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଗତ କିଛି ବର୍ଷ ମଧ୍ୟରେ ଅନେକ ବରିଷ୍ଠ ନେତା କଂଗ୍ରେସ ଛାଡିଛନ୍ତି । ଅଶୋକ ଚହ୍ବାନ, ମିଲିନ୍ଦ ଦେଓରା, ବାବା ସିଦ୍ଦିକି, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜିତିନ ପ୍ରସାଦ, ପ୍ରିୟଙ୍କା ଚତୁର୍ବେଦୀ, ସୁସ୍ମିତା ଦେବ, ଆରପିଏନ ସିଂହ, ଜୟବୀର ଶେରଗିଲଙ୍କ ସ‌ହ ବହୁ ବଡ଼ ନେତା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

#Odia#Odisha#News
Share Article:

Related Articles