News Room Odisha
BREAKING
Odia

କଂଗ୍ରେସ ଛାଡ଼ିଲେ ଆଉ ଜଣେ ଗାନ୍ଧୀ ପରିବାର ଅନୁଗତ, ବିଜେପିରେ ଯୋଗଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସମସ୍ୟା କମିବା ବଦଳରେ ବଢ଼ିବାରେ ଲାଗିଛି। ଜଣକ ପରେ ଜଣେ ବଡ଼ ନେତା ଦଳ ଛାଡୁଛନ୍ତି। ଏବେ ଆଉ ଜଣେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ ବି କଂଗ୍ରେସର‌ ହାତ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏକଦା ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ପଚୌରୀ ଆଜି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତିି। ଏହି ଅବସରରେ ମଧ୍ୟପ୍ରଦେଶ [...]

Admin•March 9, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସମସ୍ୟା କମିବା ବଦଳରେ ବଢ଼ିବାରେ ଲାଗିଛି। ଜଣକ ପରେ ଜଣେ ବଡ଼ ନେତା ଦଳ ଛାଡୁଛନ୍ତି। ଏବେ ଆଉ ଜଣେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ ବି କଂଗ୍ରେସର‌ ହାତ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏକଦା ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ପଚୌରୀ ଆଜି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତିି। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିଲେ ।

ସୁରେଶ ପଚୌରୀଙ୍କ ସହ ପୂର୍ବତନ ସାଂସଦ ଗଜେନ୍ଦ୍ର ସିଂ ରାଜୁଖେଡି ଓ‌ ଅନ୍ୟ କେତେକ ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସୁରେଶ ପଚୌରୀ ୟୁପିଏ ସରକାରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ଏହାଛଡ଼ା ସେ ଚାରିଥର ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି।

ଆଦିବାସୀ ନେତା ଗଜେନ୍ଦ୍ର ସିଂ ରାଜୁଖେଡି କଂଗ୍ରେସ ଟିକେଟରେ ଧାର୍ ଆସନରୁ ତିନିଥର ସାଂସଦ ହୋଇଥିଲେ। ୧୯୯୦ରେ ସେ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ପରେ କଂଗ୍ରେସରେ ଯୋଗ ଦେଇଥିଲେ।

#Odia#Odisha#News
Share Article:

Related Articles