ମଣିପୁରରେ ପୁଣି ହିଂସା, ନିଖୋଜ ତିନି ଜଣଙ୍କ ଶବ ମିଳିଲା
ଇମ୍ଫାଲ୍: ମଣିପୁରର ପୁଣି ହିଂସା ଘଟଣା ସାମ୍ନାକୁ ଆସିଛି । କାଠ ସଂଗ୍ରହ କରିବାକୁ ଚୁଡାଚନ୍ଦ୍ରପୁର ଜିଲ୍ଲା ଯାଇ ନିଖୋଜ ଥିବା ତିନି ଜଣ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ପୋଲିସ କହିଛି, ମୃତକ ସବୁ ବିଷ୍ଣୁପୁର ଜିଲ୍ଲା ଆକାସୋଇର ବାସିନ୍ଦା। ସେମାନେ ବୁଧବାର ଅପରାହ୍ନରେ ନିକଟସ୍ଥ ପାହାଡ଼ରୁ କାଠ ସଂଗ୍ରହ କରିବାକୁ ଚୁଡାଚନ୍ଦ୍ରପୁର ଯାଇ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ କହିଛି, ଚୁଡାଚନ୍ଦ୍ରପୁର ଜିଲ୍ଲାର ହାଓତକ୍ ଫେଲେନ୍ ନିକଟରେ [...]
ଇମ୍ଫାଲ୍: ମଣିପୁରର ପୁଣି ହିଂସା ଘଟଣା ସାମ୍ନାକୁ ଆସିଛି । କାଠ ସଂଗ୍ରହ କରିବାକୁ ଚୁଡାଚନ୍ଦ୍ରପୁର ଜିଲ୍ଲା ଯାଇ ନିଖୋଜ ଥିବା ତିନି ଜଣ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ପୋଲିସ କହିଛି, ମୃତକ ସବୁ ବିଷ୍ଣୁପୁର ଜିଲ୍ଲା ଆକାସୋଇର ବାସିନ୍ଦା। ସେମାନେ ବୁଧବାର ଅପରାହ୍ନରେ ନିକଟସ୍ଥ ପାହାଡ଼ରୁ କାଠ ସଂଗ୍ରହ କରିବାକୁ ଚୁଡାଚନ୍ଦ୍ରପୁର ଯାଇ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ପୋଲିସ କହିଛି, ଚୁଡାଚନ୍ଦ୍ରପୁର ଜିଲ୍ଲାର ହାଓତକ୍ ଫେଲେନ୍ ନିକଟରେ ଇବୋମା ସିଂ (୫୧), ତାଙ୍କ ପୁଅ ଆନନ୍ଦ ସିଂ (୨୦) ଏବଂ ରୋମେନ ସିଂ (୩୮)ଙ୍କ ମୃତଦେହ ମିଳିଛି। ସେମାନଙ୍କ ସହ ଯାଇଥିବା ଚତୁର୍ଥ ବ୍ୟକ୍ତି ଦାରା ସିଂଙ୍କୁ ଖୋଜିବା ପାଇଁ ତଲାସି ଅଭିଯାନ ଜାରି ରହିଛି । ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଲୋକମାନଙ୍କୁ ଉଗ୍ରବାଦୀମାନେ ହତ୍ୟା କରିଥାଇପାରନ୍ତି |
ଅନ୍ୟପକ୍ଷରେ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଆରସି ତିୱାରୀ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିଛନ୍ତିି। ଏହି ସମୟରେ ସେ ଅନେକ ଜିଲ୍ଲାକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀଙ୍କୁ ଭେଟି ପରିସ୍ଥିତି ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ। ଏହି ଗସ୍ତ ସମୟରେ ତିୱାରୀ ସ୍ଥାନୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଜାଣିଥିଲେ।
5T Chairman Reviews Progress of Various Developmental Works in Balangir Dist
Next Articleବଲାଙ୍ଗିର ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
